ହାଟଡିହି ବିଡିଓଙ୍କ ବିରୁଦ୍ଧରେ ଥାନାରେ ଏତଲା
ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବିଡିଓଙ୍କ ବିରୁଦ୍ଧରେ ଥାନାରେ ଏତଲା ଦେଇଛନ୍ତି ପନ୍ଦାଡୋ ଗ୍ରାମର ଜଣେ ଠିକା କାମ କରିଥିବା ବ୍ୟକ୍ତି । ଗ୍ରାମର କେଶବ ଯେନା ନାମକ ଏହି ବ୍ୟକ୍ତିଙ୍କ ଅଭିଯୋଗ ଅନୁଯାଇ କେଶବ ଗ୍ରାମର କିଛି ବ୍ୟକ୍ତିଙ୍କ ସହ ମିଶି ପନ୍ଦାଡୋ ହାଇସ୍କୁଲରେ ୧୦ ଲକ୍ଷ ଟଙ୍କାର ଏକ ଘର ନିର୍ମାଣ କାମ କରିଥିଲେ । ଘର କାମ ସମ୍ପୁର୍ଣ୍ଣ କରିଥିଲେ ମଧ୍ୟ ମାସ ମାସ ହେଲା ଏହାର ବିଲ କରୁନାହାନ୍ତି । ଗତକାଲି ବିଡିଓ ରାମଚଣ୍ଡୀ ଯାଇଥିବା କେଶବ ଓ ତାର ଅନ୍ୟ ସାଙ୍ଗମାନେ ବିଡିଓଙ୍କୁ ଏ ସମ୍ପର୍କରେ ପଚାରିବାରୁ ବିଡିଓ ତାଙ୍କୁ ବିରକ୍ତି ହେବା ସହ ମୁଁ ବନ୍ଧୁବାନ୍ଧବ ଧରି ବୁଲିବାକୁ ଆସିଛି ଏଠି ଏପରି ଅଭିଯୋଗ କାହିଁକି କରୁଛ କହି ଜାତିଆଣ ଆକ୍ଷେପ କରି ଗାଳି ଗୁଲଜ କରିଥିବା ନନ୍ଦିପଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ବିଡିଓ ସୌମ୍ୟଶ୍ରୀ ପାଣିଗ୍ରାହୀଙ୍କୁ ପଚାରିବାରେ ସେ ଏପରି ଅଭିଯୋଗ ହାସ୍ୟାଷ୍ପଦ ବୋଲି କହିଛନ୍ତି । ସେ ଲୋକଙ୍କୁ ମୁଁ ଚିହ୍ନି ନାହିଁ ଓ ସେ ଯେଉଁ ସମୟ କହୁଛନ୍ତି ସେ ସମୟରେ ମୁଁ ବ୍ଲକ କାର୍ଯ୍ୟାଳୟ , ଭିସିରେ ଥିଲି । ପୁଲିସ ତଦନ୍ତ କଲେ ଠିକ ଜାଣିପାରିବେ ବୋଲି ବିଡିଓ କହିଛନ୍ତି । ଏ ସମ୍ପର୍କରେ ଥାନା ଆଇ .ଆଇ. ସି ରବିନ୍ଦ୍ର ପାତ୍ରଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଅଭିଯୋଗ ପାଇଛନ୍ତି , କିନ୍ତୁ ମାମଲା ରୁଜୁ ହୋଇ ନାହିଁ , ତାଙ୍କୁ ଡକା ହୋଇଛି ଆସିଲେ କଣ ହେବ ତାହା କହିବୁ ବୋଲି କହିଛନ୍ତିି ।


