ହାଟଡିହି ବ୍ଲକରେ କିପରି ଚାଲିଛି ସାମାଜିକ ସୁରକ୍ଷା ବ୍ୟବସ୍ଥା
ହାଟଡ଼ିହି, (ବିକାଶ ବିଶ୍ୱାଳ):କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ଅସହାୟ ବୃଦ୍ଧ ବୃଦ୍ଧା ଓ ଭିନ୍ନକ୍ଷମ ମାନଙ୍କ ପନାଇଁ ଯୋଜନା ପରେ ଯୋଜନା କରିଚାଲିଛନ୍ତି । ହେଲେ ଏହି ଯୋଜନାର ସୁଫଳ ଲୋକମାନେ ଠିକ ଭାବେ ପାଇପାରୁ ନାହାନ୍ତି । ବିଶେଷ କରି କିଛି କର୍ମଚାରୀଙ୍କ ମେରି ରାୟ ନୀତି ଯୋଗୁଁ ସମଣା ପଞ୍ଚାୟୟତରେ ୪୧ଜଣ ଦିବ୍ୟାଙ୍ଗ ଆଜକୁ ୫ମାସ ହେଲା ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି । ସେମାନେ ଏନେଇ ବାରମ୍ବାର ବ୍ୟାଙ୍କ, ବ୍ଲକ ଓ ପଞ୍ଚାୟତକୁ ଯାଇ ଯାଇ ନିରାଶ ହେବାପରେ ଆଜି ପଞ୍ଚାୟତ ଘେରାଉ କରି ସେମାନଙ୍କ ଦାବି ଜଣାଇଛନ୍ତି । ସମଣା ଗ୍ରାମର ଚୌଧୁରୀ ପ୍ରଧାନଙ୍କ ଅଭିଯୋଗ ଅନୁଯାଇ ସେ ଜଣେ ରୋଗୀ । ତାଙ୍କ ଗୋଡ ନଷ୍ଟ ହୋଇଯାଇଥିବା ଯୋଗୁଁ ସେ ଠିକ ଭାବେ ଚାଲି ପାରୁ ନାହାନ୍ତି । ସେ ପୁର୍ବରୁ ପଞ୍ଚାୟତ କାର୍ଯ୍ୟାଳୟରୁ ନିୟମିତ ଭତ୍ତା ପାଇ ଆସୁଥିବା ବେଳେ ଗତ ୫ମାସ ହେଲା ଭତ୍ତା ପାଇପାରୁ ନାହାନ୍ତି । ଅନଲାଇନରେ ତୁମ ଭତ୍ତା ହୋଇଯାଇଛି ବ୍ୟାଙ୍କରୁ ଆଣିବ କହିବାପରେ ସେ ତିନିମାସ ହେଲା ୧୫କିଲୋମିଟର ଦୁର ବଞ୍ଚୋ ବ୍ୟାଙ୍କକୁ ଯାଇ ଯାଇ ନିରାଶ ହେବାପରେ ବ୍ଲକକୁ ଯାଇ ଜଣାଇଥିଳେ । କିନ୍ତୁ କିଛି ଲାଭ ହେଲାନି । ଔଷଧ କିଣିବାକୁ ପଇସାଗୋଟେ ନାହିଁ । ମାଗି ଯାଚି ଯାହା ପାଉଛନ୍ତି ସେଥିରେ ଚଳୁଛନ୍ତି ବୋଲି କହିଛନ୍ତି । ସେହିପରି ଚକ୍ରଧର ବେହେରା ନାମକ ଜଣେ ବୃଦ୍ଧ ତାଙ୍କର କେହି ପୁଅ ଝିଅ ପାଖରେ ନଥିବାବେଳେ ଏହି ଭତ୍ତା ଟଙ୍କାରେ ସେ ଯାହା ଚଳୁତôଲେ । ମାତ୍ର ୫ମାସ ହେଲା ଭତ୍ତା ପାଉ ନଥିବାରୁ ଏବେ ସେ ନିଜ ପୁତୁରା ପାଖରେ ଆଶ୍ରୟ ନେଇଛନ୍ତି । ଭତ୍ତା ପାଇଁ ଦୁଇଥର ବଞ୍ଚୋ ବ୍ୟାଙ୍କକୁ ଯାଇ ନିରାଶରେ ଫେରିଛନ୍ତି । ସେହିପରି ବାହାରିପୁର ଗ୍ରାମର ଭଗବାନ ସାହୁ ଜଣେ ପୋଲିଓ ରୋଗାକ୍ରାନ୍ତ ରୋଗୀ । ସେ ବୟସର ଅପରାହ୍ନରେ ପାଦ ଥାପିଥିବା ବେଳେ ଦୁଇ ତିନିଥର ବ୍ୟାଙ୍କକୁ ଯାଇ ନିରାଶ ହୋଇଛନ୍ତି । ସେ ଜଣେ ବହୁମୁତ୍ର ରୋଗୀ ହୋଇଥିବାବେଳେ ମାସକୁ ମାସ ଭତ୍ତା ଟଙ୍କାରେ ଔଷଧ କିଣି ଖାଇଥାନ୍ତି । ହେଲେ ଆଜକୁ ୫ମାସ ହେଲା ଭତ୍ତା ମିଳୁନଥିବାରୁ ଔଷଧ ଖାଇ ପାରି ନାହାନ୍ତି ବୋଲି କହିଛନ୍ତି । ଏହିପରି ୪୧ଜଣ ଭିନ୍ନକ୍ଷମଙ୍କ ସହିତ ୫୨ଜଣ ହିତାଧିକାରୀ ଭତ୍ତା ପାଇବାରୁ ବଞ୍ଚିତ ହୋଇ ଆଜି ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରି ଏହାର ପ୍ରତିବାଦ କରିଥିଲେ । ସ୍ୱପ୍ନପ୍ରଭା ସାହୁ, ବ୍ରଜ କିଶୋର ସାହୁ, ବିଣାପାଣି ମାଝୀ, ବିଜୟ ନନ୍ଦ, ପାଗଳ ଦଳେଇ, ବାସନ୍ତୀ ପ୍ରଧାନ, ସୁଲୋଚନା ମାଝୀ, କୌଶଲ୍ୟା ପଣ୍ଡା, ସତ୍ୟଭାମା ଦଳେଇଙ୍କ ସମେତ ୫୦ରୁ ଉର୍ଦ୍ଧ ହିତାଧିକାରୀ ପଞ୍ଚାୟତ ଘେରାଉକରି ବସିରହିଥିଲେ । ସେମାନଙ୍କ କହିବାକଥା ଯେ ପ୍ରତିମାସ ଏବେ ତୁମ ଭତ୍ତା ଆସିଯାଇଛି ବ୍ୟାଙ୍କକୁ ଯାଇ ଚେକ କର ବୋଲି କୁହାଯାୁଛି । ଏକେ ତ ଭତ୍ତା ମିଳୁନି ଅନ୍ୟମକ୍ଷେରେ ଭତ୍ତା ଟଙ୍କା ଆସିଛି କି ନା ତାହା ଜାଣିବାକୁ ୧୫କିଲୋମିଟର ଦୁର ବଞ୍ଚୋ କିମ୍ବା ହାଟଡିହି ବ୍ୟାଙ୍କକୁ ଦୌଡିବାକୁ ପଡୁଛି । ଥରକେ ଗଲେ ଶହେରୁ ଦେଢ଼ଶହ ଟଙ୍କା ଖର୍ଚ୍ଚ ହେଉଛି । କାହିଁକି ଆମକୁ ଏପରି ହଇରାଣ କରାଯାଉଛି ତାହା ଆମେ ଜାଣିପାରୁନୁ ବୋଲି ହିତାଧିକାରୀ ମାନେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ସମଣା ପଞ୍ଚାୟତର ସରପଞ୍ଚ ଜଗବନ୍ଧୁ କାଣ୍ଡିଙ୍କୁ ପଚାରିବାରେ ସେ ସେ କହିଛନ୍ତି ଯେ ଆମେ ଏ ବାବଦରେ ଗତ ମେ ମାସରୁ ଜଣାଇ ଆସୁଛୁ । ଏପରିକି ପଞ୍ଚାୟତ ପକ୍ଷରୁ ମଧ୍ୟ ଲିଖିତ ଭାବେ ଦେଇଛୁ । କିନ୍ତୁ ବିଭାଗୀୟ କର୍ମଚାରୀ ଏହାକୁ ଷ୍ଟେଟ ସମସ୍ୟା କହି ଆମକୁ ସମୟ ଗଡାଉଛନ୍ତି ବୋଲି ସେ କହିଛନ୍ତି । ସେହପରି ୩୭ନଂ ଜୋନର ଜିଲ୍ଲାପରିଷଦ ସଦସ୍ୟ ବିମ୍ବାଧର ବିଶ୍ୱାଳ କହିଛନ୍ତି ଯେ ସମଣା ପଞ୍ଚାୟତର ଏହି ହିତାଧିକାରୀଙ୍କ ସମ୍ପର୍କରେ ବାରମ୍ବାର ବ୍ଲକକୁ ଅବଗତ କରାଇଛି । ଏପରିକି ପଞ୍ଚାୟ୍ରତ ସମିତି ବୈଠକରେ ମଧ୍ୟ ଆଲୋଚନା କରିଛି । କିନ୍ତୁ ବ୍ଲକର ଜଣେ କର୍ମଚାରୀଙ୍କ ମନୋମୁଖୀ କାର୍ଯ୍ୟକଳାପ ଯୋଗୁଁ ଏପରି ହୋଇଛି । ଖାଲି ଏହି ପଞ୍ଚାୟତ ନୁହଁ, ବ୍ଲକର ୩୧ଟି ଯାକ ପଞ୍ଚାୟତରେ ଏପରି ୫ାହରୁ ଉର୍ଦ୍ଧ ହିତାଧକାରୀ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି । ଏପରିକି କେତେକ ହିତାଧିକାରୀଙ୍କ ଟଙ୍କା ଅନ୍ୟ ନାମକୁ ମଧ୍ୟ ଯାଉଛି । ସେହିପରି ବ୍ଲକର ୩୧ଟି ପଞ୍ଚାୟତରେ ୧୭୦୦ରୁ ଉର୍ଦ୍ଧ ମଲାଲୋକଙ୍କ ନାମ ଭତ୍ତା ତାଲିକା ବାଦ ନଦେବା ଓ ସେହି ମୃତବ୍ୟକ୍ତିଙ୍କ ନାମରେ ଅନ୍ୟ ଯୋଗ୍ୟ ହିତାଧିକାରୀଙ୍କ ନାମ ଦରଜ କରିବାର ବ୍ୟବସ୍ଥା ଥିଲେ ମଧ୍ୟ ବର୍ଷ ବର୍ଷ ଧରି ଏହାର ତାଲିକା ପ୍ରସ୍ତୁତ କରାଯାଉ ନାହିଁ । ଯାହାଦ୍ୱାରାକି ଏବେ ବ୍ଲକର ୪ହଜାରରୁ ଉର୍ଦ୍ଧ ହିତାଧିକାରୀ ଭତ୍ତା ପାଇଁ ଆବେଦନ କରି ଭତ୍ତାକୁ ଚାହିଁ ବସିଛନ୍ତି । ପ୍ରଶାସନ ତୁରନ୍ତ ଏନେଇ ପଦକ୍ଷେପ ନେବାକୁ ଶ୍ରୀ ବିଶ୍ୱାଳ ଦାବି କରିଛନ୍ତି ।


