ହାଟଡିହି ବ୍ଲକରେ ଚାରିଶହ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା
ହାଟଡ଼ିହି, (ବିକାଶ ବିଶ୍ୱାଳ):ଆଜି କେନ୍ଦୁଝର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଚାରି ହଜାର ଟପି ଥିବାବେଳେ ହାଟଡିହି ବ୍ଲକରେ ଚାରିଶହ ଟପିଛି । ଆଜି ବଞ୍ଚୋରୁ ୨ଜଣ, ସୋସୋରୁ ୬ଜଣ, କଳିଗାଁରୁ ଜଣେ, ସଢ଼ାରୁ ଜଣେ ଓ ହାଟଡିହିର ଜଣେ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ କରୋନା ସଂକ୍ରମିତ ହେବାପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୪୧୩ରେ ପହଞ୍ଚିଥିବା ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସୁତ୍ରରୁ ଜଣାଯାଇଛି ।