ହାଟଡିହି ବ୍ଲକରେ ପୁଣି ୮ଆକ୍ରାନ୍ତ, ଷଡଙ୍ଗରେ ପହଞ୍ଚିଲା ଡାକ୍ତରୀ ଦଳ

ହାଟଡିହି /(ଓ୍ବାଇଏନ୍ଏସ୍) : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକରେ ଗତକାଲି ୧୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ପୁଣି ୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଆକ୍ରାନ୍ତଙ୍କ ମଧ୍ୟରେ ୭ଜଣ ହାବଳେଶ୍ୱର ପଞ୍ଚାୟତ ଢ଼ାଇପୋଖରୀ ଗ୍ରାମର ହୋଇଥିବାବେଳେ ସେମାନେ ସମସ୍ତେ ନିଜ ପରିବାରର ପୁର୍ବ ଆକ୍ରାନ୍ତଙ୍କ ସଂଷ୍ପର୍ଶରେ ଆସିଥିଲେ । ସେହିପରି ଆଉ ଜଣେ ଡଅଁର ଗ୍ରାମର ବୋଲି ଜଣାଯାଇଛି । ସେ ଭୁବନେଶ୍ୱର ମେଡିକାଲକୁ ଚିକିତ୍ସା ପାଇଁ ଯାଉଥିବାବେଳେ ସେଠାରେ ତାଙ୍କ ସ୍ୱାବ ନମୁନା ପରୀକ୍ଷା ପାଇଁ ଦେଇଥିଲେ । ତାଙ୍କର ପଜେଟିଭ ଆସିଥିବା ଜଣାଯାଇଛି । ଆଜିକୁ ମିଶାଇ ହାଟଡିହି ବ୍ଲକରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୧ରେ ପହଞ୍ଚିଛି । ଗତକାଲି ଷଡଙ୍ଗରେ ୧୬ଜଣ ସ୍ଥାନୀୟ ସଂକ୍ରମିତ ବାହାରିବା ପରେ ଷଡଙ୍ଗ ଗ୍ରାମକୁ କ୍ୱାଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ପଞ୍ଚାୟତ କ୍ଷରୁ ମଧ୍ୟ ୫ଦିନିଆ ସର୍ଟଡାଉନ ମଧ୍ୟ ଘୋଷଣା କରାଯାଇଛି । ତଥାପି କିଛି ଅମାନିଆ ତାସ ଖେଳୁଥିବା ଓ ବାହାରେ ଘୋଲାଖୋଲି ବୁଲୁଥିବା ନେଇ ଅଭିଯୋଗ ହୋଇଛି । ଆଜି ପ୍ରଶାସନ ପକ୍ଷରୁ ଷଡଙ୍ଗ ଗ୍ରାମର ତିନୋଟି ରାସ୍ତାକୁ ସିଲ କରାଯାଇ ଗ୍ରାମରୁ କେହି ଲୋକ ଯେପରି ବାହାରକୁ ବାହାରି ପାରିବେ ନାହିଁ ଓ ବାହାର ଗାଁର ଲୋକ ଯେପରି ଭିତରକୁ ପସି ପାରିବେ ନାହିଁ ସେନେଇ ବ୍ୟବସ୍ଥା କରାଯିବା ସହିତ ପୁଲିସ ଜଗିବାର ବ୍ୟବସ୍ଥା କରାଯାଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କେନ୍ଦୁଝରର ସଂକ୍ରାମକ ରୋଗ ବିଜ୍ଞାନୀ ଡାକ୍ତର ଜ୍ୟୋତିରଞ୍ଜନ ରାଉତ, ମେଲେରିଆ ବିଭାଗର ବଳଦେବ ନନ୍ଦ, ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ବ୍ରହ୍ମ, ବିପିଏମ ଚନ୍ଦନ କୁମାର ସାହୁ ପ୍ରମୁଖ ଉକ୍ତ ଗ୍ରାମକୁ ଗ୍ରସ୍ଥକରି ଷଡଙ୍ଗ ପଞ୍ଚାତର ସରପଞ୍ଚ ସ୍ୱର୍ଣ୍ଣପ୍ରଭା ଜେନା, ପିଇଓ ମଧୁସ୍ମିତା ମହାନ୍ତି, ଜିଆରଏସ ଗଣେଶ୍ୱର ସାହୁ , ଅଙ୍ଗନବାଡି କର୍ମୀ ମିନତୀ ରାଉତ, ଆଶା କର୍ମୀ ରଶ୍ମୀରେଖା ଦାସ, ମହିଳା ସ୍ୱାସ୍ଥ୍ୟକର୍ମୀ ଶାନ୍ତିଲତା ଜେନା, ରୀଚା ଦାସଙ୍କ ସହିତ ଆଲୋଚନା କରିବା ସହିତ ସଂକ୍ରମଣକୁ ରୋକିବାପାଇଁ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ । ଘରଘର ବୁଲି ସର୍ଭେ କରିବା ସହିତ କେହି ଯେପରି ବାହାରକୁ ବାହାରିବେ ନାହିଁ ତାହା ଉପରେ ସଚେତନ କରାଇବାକୁ କହିଥିଲେ । ଲୋକମାନେ ବାହାରକୁ ନବାହାରିଲେ ଯାଇ ସଂକ୍ରମଣ ରୋକାଯାଇ ପାରିବ ବୋଲି ଡାକ୍ତର ରାଉତ ପରାମର୍ଶ ଦେଇଥିଲେ । ଅତିରିକ୍ତ ତହସିଲଦାର ରଶ୍ମିରଞ୍ଜନ ଦାସ, ଥାନା ଅଧିକାରୀ ମଦନ ମୋହନ ନାୟକ ପ୍ରମୁଖ ଉକ୍ତ ଗ୍ରାମକୁ ଯାଇ ପରିସ୍ଥିତି ଉପରେ ଅନୁଧ୍ୟାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ