ହାଟଡିହି ବ୍ଲକରେ ବିଧାୟକ ଙ୍କ ଦ୍ବାରା ଆବାସ ଯୋଜନାର ସମୀକ୍ଷା

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ଆବାସ ଯୋଜନାର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଡ଼ିଓ ସୌମ୍ୟଶ୍ରୀ ପାଣିଗ୍ରାହୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ଜ୍ଞାନେନ୍ଦ୍ର କୁମାର ଜେନା, ଦୀପାଶ୍ରୀ ସିଂ, ଏପିଓ ଭୈରବ ତ୍ରିପାଠୀ ପ୍ରମୁଖ ଯୋଗଦେଇ ଆବାସ ଯୋଜନାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ଅନେକ ଲୋକ ଘର କାମ ସାରିଥିଲେ ବି ସେମାନଙ୍କୁ ମାସ ମାସ ଧରି ତାଙ୍କ ପ୍ରାପ୍ୟ ମିଳୁ ନଥିବା, ଫଟୋ ଉଠାଇ ଆଣିବା ପରେ ବି ମାସ ମାସ ଧରି ହିତାଧିକାରୀ ଙ୍କୁ ଦ୍ୱିତୀୟ ଓ ତୃତୀୟ କିସ୍ତି ପ୍ରଦାନ କରାଯାଉ ନଥିବାରୁ ବିଧାୟକ ଅସନ୍ତୋଷ ପ୍ରକାଶ କରିଥିଲେ। ତୁରନ୍ତ ଏପରି ସମସ୍ୟାର ସମାଧାନ କିପରି ହେବ ତାହା ଉପରେ ଆଲୋଚନା କରାଯାଇଥିଲା। ଏହି ବୈଠକରେ ସମସ୍ତ କନିଷ୍ଠ ଯନ୍ତ୍ରୀ, ପ୍ରତି ପଞ୍ଚାୟତର ପିଇଓ, ଜିଆର ଏସ ମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ