ହାଟଡିହି ବ୍ଲକରେ ମତଦାନ ହାର ୮୦.୦୬ : ପୁରୁଷଙ୍କ ଠାରୁ ମହିଳାଙ୍କ ମତଦାନ ହାର ଅଧିକ

ହାଟଡିହି, (ବିକାଶ ବିଶ୍ୱାଳ ) :-ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ହାଟଡିହି ବ୍ଲକରେ ମତଦାନ ହାର ୮୦.୦୬ ରହିଥିବା ଜଣାଯାଇଛି । ବ୍ଲକର ୩୧ଟି ଯାକ ପଞ୍ଚାୟତରେ ୧ଲକ୍ଷ ୩୨ହଜାର ୩୩୮ଜଣ ଭୋଟରଙ୍କ ମଧ୍ୟରୁ ୧ଲକ୍ଷ ୫ହଜାର ୯ଶହ୪୯ଜଣ ଭୋଟର ମତଦାନ ସାବ୍ୟସ୍ତ କରିଛନ୍ତି । ମତଦାତାଙ୍କ ମଧ୍ୟରେ ମତଦାନ କରିବାପାଇଁ ପୁର୍ବାପେକ୍ଷା ଅଧିକ ସଚେତନତା ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ବିଶେଷକରି ଚଳିତ ନିର୍ବାଚନରେ ମହିଳାଙ୍କ ହାର ପୁରୁଷ ଭୋଟରଙ୍କ ଠାରୁ ଅଧିକ ରହିଛି । ୬୫୬୮୮ ମହିଳା ଭୋଟରଙ୍କ ମଧ୍ୟରୁ ୫୩୭୭୮ଜଣ ମହିଳା ଭୋଟର ମତଦାନ ସାବ୍ୟସ୍ତ କରିଥିବାବେଳେ ୬୬୬୫୦ ପୁରୁଷ ଭୋଟରଙ୍କ ମଧ୍ୟରୁ ୫୨୧୮୧ଜଣ ପୁରୁଷ ଭୋଟର ଭୋଟ ଦେଇଛନ୍ତି । ଭୋଟର ସେଥିମଧ୍ୟରୁ ଇଞ୍ଚୋଳ ପଞ୍ଚାୟତରେ ୮୯.୪୨ମତଦାନ ହୋଇଛି । ହାଟଡିହି ବ୍ଲକର ଇଞ୍ଚୋଳ ପଞ୍ଚାୟତରେ ସର୍ବାଧିକ ମତଦାନ ହୋଇଛି । ମୋଟ ୨୩୬୩ଜଣ ଭୋଟରଙ୍କ ମଧ୍ୟରୁ ୨୧୧୩ଜଣ ମତଦାନ କରିଛନ୍ତି । ସେହିପରି ଅଁରା ପଞ୍ଚାୟତରେ ୮୯.୨୮ ମତଦାନ ହୋଇଛି । ଏଠାରେ ୨୬୨୧ଜଣ ଭୋଟରଙ୍କ ମଧ୍ୟରୁ ୨୩୪୦ଜଣ ଭୋଟ ଦେଇଛନ୍ତି । ସେହିପରି ଆଇତିପୁରରେ ୨୪୮୩ଭୋଟରଙ୍କ ମଧ୍ୟରୁ ୨୧୯୫ଜଣ ମତଦାନ ସାବ୍ୟସ୍ତ କରିଥିବାବେଳେ ଶାଳଣିଆଁରେ ୩୮୮୬ଜଣଙ୍କ ମଧ୍ୟରୁ ୩୩୯୧ଜଣ ମତଦାନ ସାବ୍ୟସ୍ତ କରିଛନ୍ତି । ସେହିପରି ସର୍ବନିମ୍ନ ମତଦାନ ହୋଇଛି କେ ବାଲିପାଳ ପଞ୍ଚାୟତରେ । ଏଠାରେ ଶତକଡା ୬୬.୭୬ମତଦାନ ହୋଇଛି । ମୋଟ ୩୪୫୧ ଭୋଟରଙ୍କ ମଧ୍ୟରୁ ୨୩୦୪ଜଣ ମତଦାନ କରିଛନ୍ତି । ସେହିପରି ଧନୁର୍ଜୟପୁର ପଞ୍ଚାୟତରେ ଭୋଟ ହାର ୬୯.୩୮ ରହିଛି । ଏଠାରେ ୩୩୩୧ଜଣ ଭୋଟରଙ୍କ ମଧ୍ୟରୁ ୨୩୧୧ଜଣ ଭୋଟର ଭୋଟ ଦେଇଛନ୍ତି । ସେହିପରି ଅକରୁଆ ପଞ୍ଚାୟତରେ ୪୨୪୬ଜଣ ଭୋଟରଙ୍କ ମଧ୍ୟରୁ ୩୫୦୫ଜଣ, ଆମ୍ବୋ ପଞ୍ଚାୟତରେ ୪୪୪୮ଜଣ ଭୋଟରଙ୍କ ମଧ୍ୟରୁ ୩୬୪୭, ବଡରମ୍ପାସ ପଞ୍ଚାୟତରେ ୫୦୮୫ଜଣ ଭୋଟରଙ୍କ ମଧ୍ୟରୁ ୪୧୪୫, ବାଲିବରେଇ ପଞ୍ଚାୟତରେ ୫୫୦୮ ଭୋଟରଙ୍କ ମଧ୍ୟରୁ ୪୨୮୦ ଜଣ, ବଞ୍ଚୋ ପଞ୍ଚାୟତରେ ୫୪୫୯ ଭୋଟରଙ୍କ ମଧ୍ୟରୁ ୪୪୮୧ଜଣ ଭୋଟ ଦେଇଛନ୍ତି । ସେହିପରି ବାଙ୍ଗେର ପଞ୍ଚାୟତରେ ୩୭୨୧ଭୋଟରଙ୍କ ମଧ୍ୟରୁ ୨୮୫୭ଜଣ, ଡଅଁର ପଞ୍ଚାୟତରେ ୩୯୧୩ ଜଣ ଭୋଟରଙ୍କ ମଧ୍ୟରୁ ୩୧୪୯ଜଣ, ଢ଼େଙ୍କା ପଞ୍ଚାୟତରେ ୭୩୩୯ଜଣ ଭୋଟରଙ୍କ ମଧ୍ୟରୁ ୫୬୯୪ଜଣ, ଗେଡମା ପଞ୍ଚାୟତରେ ୨୬୦୩ଜଣ ଭୋଟରଙ୍କ ମଧ୍ୟରୁ ୨୧୩୫ଜଣ, ହାବଳେଶ୍ୱର ପଞ୍ଚାୟତରେ ୪୩୨୬ଜଣ ଭୋଟରଙ୍କ ମଧ୍ୟରୁ ୩୭୧୨ଜଣ, ହଦଗଡ ପଞ୍ଚାୟତରେ ୩୭୧୪ଜଣ ଭୋଟରଙ୍କ ମଧ୍ୟରୁ ୨୯୦୪ଜଣ, ହାଟଡିହି ପଞ୍ଚାୟତରେ ୪୯୭୭ଭୋଟରଙ୍କ ମଧ୍ୟରୁ ୩୯୯୧ଜଣ, ଜମ୍ଭୀରା ପଞ୍ଚାୟତରେ ୨୯୨୯ ଭୋଟରଙ୍କ ମଧ୍ୟରୁ ୨୪୧୬ଜଣ, କଳିଗାଁ ପଞ୍ଚାୟତରେ ୩୩୨୦ ଭୋଟରଙ୍କ ମଧ୍ୟରୁ ୨୬୩୯ଜଣ, ମରୈଗାଁ ପଞ୍ଚାୟତରେ ୬୧୩୪ଭୋଟରଙ୍କ ମଧ୍ୟରୁ ୪୯୮୪ଜଣ, ଓରାଳି ପଞ୍ଚାୟତରେ ୩୫୪୩ ଭୋଟରଙ୍କ ମଧ୍ୟରୁ ୨୮୫୯ଜଣ, ପଢ଼ିଆରିପଲ୍ଲି ପଞ୍ଚାୟତରେ ୫୩୩୬ ଭୋଟରଙ୍କ ମଧ୍ୟରୁ ୪୧୦୪ଜଣ, ପଞ୍ଚୁଗୋଛିଆ ପଞ୍ଚାୟତରେ ୬୩୬୦ ଭୋଟରଙ୍କ ମଧ୍ୟରୁ ୪୭୫୫ଜଣ, ପନ୍ଦାଡୋ ପଞ୍ଚାୟତରେ ୩୨୯୩ ଭୋଟରଙ୍କ ମଧ୍ୟରୁ ୨୬୪୬ଜଣ, ଷଡଙ୍ଗ ପଞ୍ଚାୟତରେ ୩୭୯୪ ଭୋଟରଙ୍କ ମଧ୍ୟରୁ ୩୨୪୭ଜଣ, ସଢ଼ା ପଞ୍ଚାୟତରେ ୫୮୧୧ଭୋଟରଙ୍କ ମଧ୍ୟରୁ ୪୫୭୩ଜଣ, ସମଣା ପଞ୍ଚାୟତରେ ୬୫୫୫ଭୋଟରଙ୍କ ମଧ୍ୟରୁ ୫୩୯୮ଜଣ, ଶାସଙ୍ଗ ପଞ୍ଚାୟତରେ ୩୫୫୩ ଜଣ ଭୋଟରଙ୍କ ମଧ୍ୟରୁ ୨୭୦୭ଜଣ, ସୋସୋ ପଞ୍ଚାୟତରେ ୫୭୧୩ ଭୋଟରଙ୍କ ମଧ୍ୟରୁ ୪୩୬୩ଜଣ, ସୁଲଣ ପଞ୍ଚାୟତରେ ୨୫୨୬ ଭୋଟରଙ୍କ ମଧ୍ୟରୁ ୨୧୦୪ଜଣ ମତଦାନ କରିଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ