ହାଟଡିହି ବ୍ଲକରେ ମନରେଗା ଯୋଜନା ସାମାଜିକ ସମୀକ୍ଷାର ଜନଶୁଣାଣି
ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକରେ ମନରେଗା ଯୋଜନାର ସାମାଜିକ ସମୀକ୍ଷାର ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଏପିଓ କାନନବାଳା ପୃଷ୍ଟିଙ୍କ ସଂଯୋନାରେ ବିଡିଓ ବିନିତା ବିଜୟିନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାମାଜିକ ସମୀକ୍ଷା ଜନଶୁଣାଣିରେ ଆନନ୍ଦପୁର ଉପଜିଲ୍ଲାପାଳ ଅନିଲ କୁମାର ସେଠୀ, ଜିଲ୍ଲା ମନରେଗା ଯୋଜନାର ସାମାଜିକ ସମୀକ୍ଷକ ଚନ୍ଦନ କୁମାର ଆଇଚ, ସହକାରୀଯନ୍ତ୍ରୀ ବିଜୟ କୁମାର ମଲ୍ଲିକ, ସ୍ୱେଚ୍ଛାସେବୀ କାମପାଳ ନାୟକ, ଭାରପ୍ରାପ୍ତ ଜିପିଓ ଶରତ କୁମାର ବେଜ ପ୍ରମୁଖ ଯୋଗଦେଇ ମନରେଗା ଯୋଜନାରେ ହୋଇଥିବା ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ଆଲୋଚନା କରିଥିଲେ । ବିଶେଷକରି ପିଇଓ, ଜିଆରଏସ ଏବଂ ଭି.ଆର.ପି. ମାନଙ୍କ ମଧ୍ୟରେ ସମନ୍ୱୟର ଅଭାବ ଥିବାରୁ ଅନେକ ପ୍ରକଳ୍ପର ସଠିକ ବିବରଣୀ ଦାଖଲ ହୋଇପାରୁ ନଥିବା ନେଇ ଜିଲ୍ଲା ସାମାଜିକ ସମିକ୍ଷକ ମତବ୍ୟକ୍ତ କରିଥିଲେ । ମନରେଗା ଯୋଜନାରୁ ଜଂଗଲ ବିଭାଗ, ଜଳସେଚନ ବିଭାଗ ଓ କାଡା କେନାଲ ନିର୍ମାଣରେ ବ୍ୟାପକ ଅର୍ଥ ବିନିଯୋଗ କରାଯାଉଥିଲେବି ଏହି ବୈଠକରେ କେହି ଜଣେବି ହେଲେ ଅଧିକାରୀ ଉପସ୍ଥିତ ନଥିବାରୁ ବୈଠକରେ ଅସନ୍ତୋଷ ପ୍ରକାଶ ପାଇଥିଲା । ବ୍ଲକର ୩୧ଟି ଯାକ ପଞ୍ଚାୟତରେ ମାତ୍ର ୧୯୦ଟି ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିବାରୁ ମନରେଗା ଯୋଜନା ଧାର୍ଯ୍ୟଲକ୍ଷ ଠାରୁ ଦୁରେଇ ଯାଉଥିବା ନେଇ ଜିଲ୍ଲା ସାମାଜିକ ସମୀକ୍ଷକ ଚନ୍ଦନ ଆଇଚ ପ୍ରକାଶ କରିଥିଲେ । ଅଧିକାଶଂ ପଞ୍ଚାୟତରେ ହୋଇଥିବା କାର୍ଯ୍ୟରେ ଗ୍ରାମସଭା ଫଟୋ, କାର୍ଯ୍ୟ ସମୟର ଫଟୋ ସଂଲଗ୍ନ କରାଯାଇ ନଥିବା ନେଇ ବିସ୍ତୃତ ଆଲୋଚନା ହୋଇଥିଲା । ବ୍ଲକରେ ବହୁ କମ ସଂଖ୍ୟକ କର୍ମଚାରୀ ଥିବାରୁ ଜଣେ ଜଣେ ପିଇଓ ଏବଂ ଜିଆରଏସଙ୍କୁ ଏକାଧିକ ପଞ୍ଚାୟତର ଦାୟତ୍ୱ ଦିଆଯାଇଥିବାରୁ କାମ ଗୁଡିକ ଠିକ ଭାବେ ତଦାରଖ କରାଯିବା ସମ୍ଭପର ହେଉ ନାହିଁ ବୋଲି ପିଇଓ ଏବଂ ଜିଆରଏସ ମାନେ ଅଭିଯୋଗ କରିଥିଲେ । ଏଥିରେ ୫୦ରୁ ଉର୍ଦ୍ଧ ଭିଆରପି, ସମସ୍ତ କନିଷ୍ଠଯନ୍ତ୍ରୀ, ପିଇଓ ଏବଂ ଜିଆରଏସ ମାନେ ଉପସ୍ଥିତ ଥିଲେ ।