ହାଟଡିହି ବ୍ଲକରେ ମିଳିତ ଶିକ୍ଷକ ମଞ୍ଚ ଗଠିତ

ହାଟଡିହି, (ବିକାଶ ବିଶ୍ୱାଳ ) : ହାଟଡିହି ବ୍ଲକରେ ବିଭିନ୍ନ ବର୍ଗର ଶିକ୍ଷକଙ୍କୁ ନେଇ ମିଳିତ ଶିକ୍ଷକ ମଞ୍ଚ ଗଠିତ ହୋଇଛି । ବରିଷ୍ଠ ପ୍ରଧାନ ଶିକ୍ଷକ ହରମୋହନ ପଣ୍ଡାଙ୍କ ଆବାହକତ୍ୱରେ ମରୈଗାଁ ହାଇସ୍କୁଲ ଠାରେ ଅନୁଷ୍ଠିତ ଏହି ବୈଠକରେ ବ୍ଲକର ବିଭିନ୍ନ ବର୍ଗ ଓ ସଂଗଠନର ଶିକ୍ଷକ ଶିକ୍ଷୟତ୍ରୀମାନେ ଯୋଗଦେଇ ଶିକ୍ଷକ ମାନଙ୍କ ବୃହତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ମିଳିତ ଶିକ୍ଷକ ମଞ୍ଚ ଗଠନ ଲାଗି ପ୍ରସ୍ତାବ ଗୃହୀତ କରାଇଥିଲୋ । ଏଥିରେ ସଭାପତି ଭାବେ ହରମୋହନ ପଣ୍ଡା, କାର୍ଯ୍ୟକାରୀ ସଭାପତି ଭାବେ ସୁରେନ୍ଦ୍ର କୁମାର ସାହୁ, ଉପସଭାପତି ଭାବେ ମହେନ୍ଦ୍ର କୁମାର ଶାସିନି, ଅନିରୁଦ୍ଧ ବିଶ୍ୱାଳ, ପବିତ୍ର କୁମାର ବାରିକ, ସମ୍ପାଦକ ଭାବେ ମିହିର କୁମାର ପଣ୍ଡା, ଯୁଗ୍ମ ସମ୍ପାଦକ ଭାବେ ଦେବାଶିଷ ବାରିକ, ସହ ସମ୍ପାଦକ ଭାବେ ରାଜକିଶୋର ସ୍ୱାଇଁ, ଜିତେନ୍ଦ୍ର କୁମାର ବେହେରା, ସୁମନ୍ତ କୁମାର ନାୟକ, ଅର୍ପିତା ଅପରାଜିତା ମିଶ୍ର, କୋଷାଧ୍ୟକ୍ଷ ଭାବେ ପ୍ରଭାକର ବେହେରା, କ୍ଷେତ୍ରବାସୀ ମିଶ୍ର ପ୍ରମୁଖ ମନୋନୀତ ହୋଇଥିଲେ । ଉପଦ୍ଦେଷ୍ଟା ମଣ୍ଡଳୀ ସଭ୍ୟ ଭାବେ ଅନ୍ତର୍ଯ୍ୟାମୀ ରାଉତ, ମୋହନ କୁମାର ମହାନ୍ତି, ବିଦ୍ୟାଧର ତରେଇ, ବିବେକାନନ୍ଦ ବେହେରା, ଅନନ୍ତ ଚରଣ ବାରିକ, ଅଜୟ କୁମାର ରାଉଳ ପ୍ରମୁଖ ମନୋନୀତ ହୋଇଥିବାବେଳେ କୋର କମିଟି ସଦସ୍ୟ ଭାବେ ଅଭୟ କୁମାର ଜେନା, ନିରାକାର ନାୟକ, ଭଗବାନ ନାୟକ, ପ୍ରଦୀପ କୁମାର ନାୟକ, ସଞ୍ଜୟ କୁମାର ସ୍ୱାଇଁ, ରାମଚନ୍ଦ୍ର ସାହୁ, ଗଦାଧର ନାୟକ, ଅକ୍ଷୟ କୁମାର ଖଟୁଆ, ସୁରେନ୍ଦ୍ର କୁମାର ନାୟକ, ଶ୍ରୀକାନ୍ତ ପଟ୍ଟନାୟକ, ସୁଶାନ୍ତ ଜେନା, ନଳିନିକାନ୍ତ ମହାନ୍ତି, ଅଞ୍ଜନ କୁମାର ଦାସ, ପ୍ରଫୁଲ କୁମାର ସାହୁ, ସନାତନ ବାରିକ, ଆକାଶ କୁମାର ସାହୁ, ସୁଶ୍ରୀ ବେହେରା, ରବିନାରାୟଣ ପଲେଇ, ସୁଚିସ୍ମିତା ମିଶ୍ର, ପଙ୍କଜ କୁମାର ରାଉତ, ହରିହର ସାମଲ, ଗଦାଧର ଜେନା, ମୃତୁଞ୍ଜୟ ନନ୍ଦ ପ୍ରମୁଖ ମନୋନୀତ ହୋଇଥିଲେ । ବିଶେଷକରି ଶିକ୍ଷକ ମାନଙ୍କ ବିଭିନ୍ନ ସମସ୍ୟାକୁ ସମାଧାନ କରିବା ଦିଗରେ ମିଳିତ ଶିକ୍ଷକ ମଞ୍ଚ କାମ କରିବ ବୋଲି ସଭାପତି ଶ୍ରୀଯୁକ୍ତ ହରମୋହନ ପଣ୍ଡା କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ