ହାଟଡିହି ବ୍ଲକରେ ଶ୍ରୀ ଅରବିନ୍ଦଙ୍କ ଅତିମାନସ ଜାଗରଣ ଯାତ୍ରା ୩୦ରୁ
ହାଟଡ଼ିହି, (ବିକାଶ ବିଶ୍ୱାଳ):ପରମପ୍ରଭୁ ଶ୍ରୀ ଅରବିନ୍ଦଙ୍କ ଅପାର କରୁଣାରୁ ଅତିମାନସ ଜାଗରଣ ଯାତ୍ରା ଆସନ୍ତା ୩୦ ତାରିଖ ରବିବାର ଓ ୩୧ତାରିଖ ସୋମବାର ଦୁଇଦିନ ଧରି ଅନୁଷ୍ଠିତ ହେବ । ଗତ ୨୭ତାରିଖରେ କେନ୍ଦୁଝର ଜିଲ୍ଲାପାଳଙ୍କ ଦ୍ୱାରା ଏହାର ଶୁଭାରମ୍ଭ କରାଯିବା ପରେ କେନ୍ଦୁଝରରୁ ଏହାର ଯାତ୍ରା ଆରମ୍ଭ ହୋଇ ଜିଲ୍ଲାର ବିଭିନ୍ନ ସ୍ଥାନରେ ପରିକ୍ରମା କରୁଛି । ଆସନ୍ତା ୩୦ତାରିଖ ଦିନ ଅପରାହ୍ନ ୩ଘଟିକାରେ ତରତରା ଛକଠାରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ରଥକୁ ସ୍ୱାଗତ ସମ୍ବର୍ଦ୍ଧନା ଜରାଇବାପରେ ଏହିରଥ ହାଟଡିହି ବ୍ଲକ ପରିକ୍ରମା କରାଯିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି । ୩୦ତାରିଖ ଅପରାହ୍ନରେ ତରତରା ଛକରୁ ବାହାରି ବଞ୍ଚୋ, ଛେନାପଦିଛକ ଦେଇ ଏହା ମୁଗୁପୁର ଠାରେ ଆଧ୍ୟାତ୍ମିକ ସମ୍ମିଳନୀ ମାଧ୍ୟମରେ ରାତ୍ରିଯାପନ କରିବ । ୩୨ତାରିଖ ଦିନ ସକାଳ ୭ଟା ୩୦ମିନିଟରୁ ପନର୍ବାର ଯାତ୍ରା ଆରମ୍ଭ କରି ହଦଗଡ, ବଉଳା, ବାଙ୍ଗୋର, ବିଦ୍ୟାଧରପୁର, ବାଲିବରେଇ, ସୋସୋ, ଢ଼େଙ୍କା, ସଢ଼ା, ତେନ୍ତୁଲିନଣ୍ହା, ମରୈଗାଁ, ଓରାଳି, କଳିଗାଁ ମଦ୍ୟଦେଇ ହାଟଡିହି ବ୍ଲକ, ଜଳକଳଙ୍ଗ, ହାଯଡିହି, ଛେନାପଦିଛକ ଦେଇ ଶାସଙ୍ଗ ଠାରେ ଉଦ୍ୟାପିତ କରାଯିବ । ଏହି ରଥ ପରିକ୍ରମା ଦ୍ୱାରା ଅତିମାନସ ଚେତନାର ଅବତାରଣା ପରେ ବିଶ୍ୱରେ ଶାନ୍ତି, ମୈତ୍ରୀ, ପ୍ରୀତି ପ୍ରଗତୀର ସେତୁବନ୍ଧ ସ୍ଥାପିତ ହୋଇପାରୁଛି ।ଏହି ଦିବ୍ୟରଥକୁ ଜିଲ୍ଲାବ୍ୟାପି ଅଶେଷ ଆଦର, ସମ୍ମାନ ମିଳୁଥିବା ଦେଖିବାକୁ ମିଳିଛି । ହାଟଡିହି ବ୍ଲକର ସମସ୍ତ ପାଠଚକ୍ର ଓ ଅଧିବାସୀମାନେ ଏହି ଦିବ୍ୟଚେତନାରେ ସାମିଲ ହୋଇ ପରମଯୋଗୀ ଶ୍ରୀ ଅରବିନ୍ଦ ଓ କରୁଣାମୟୀ ମା ଶ୍ରୀମାଙ୍କର ଶୁଭାଶିଷ ପାଇବେ ବୋଲି ହାଟଡିହି ବ୍ଲକ ପାଠଚକ୍ର ସମୁହର ସମ୍ପାଦକ ଶ୍ରୀଯୁକ୍ତ ସନାତନ ଜେନା, ସଭାପତି ରାଧାରାଣୀ ଓଝା ପ୍ରମୁଖ ଜଣାଇଛନ୍ତି ।