ହାଟଡିହି ବ୍ଲକର ୫-ଟିରେ ରୁପାନ୍ତରିତ ୧୨ଟି ହାଇସ୍କୁଲ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ

ହାଟଡିହି, (ବିକାଶ ବିଶ୍ୱାଳ):୪ର୍ଥ ପର୍ଯ୍ୟାୟରେ ଆଜି କେନ୍ଦୁଝର ଜିଲ୍ଲାର ୪୫ଟି ହାଇସ୍କୁଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିବାବେଳେ ତନ୍ମଧ୍ୟରୁ ହାଟଡିହି ବ୍ଲକର ୪ଟି ସ୍କୁଲ ଉଦଘାଟିତ ହୋଇଯାଇଛି । ଏଥିଲାଗି ସମସ୍ତ ୪ଟି ଯାକ ବିଦ୍ୟାଳୟରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା । ଶାସଙ୍ଗ ହାଇସ୍କୁଲ ଠାରେ ପ୍ରଧାନ ଶିକ୍ଷକ ନବ କିଶୋର ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ହାଟଡିହି ବ୍ଲକର ବିଇଓ ଧନେଶ୍ୱର ଖଣ୍ଡେଇ, ଜିଲ୍ଲାପରିଷଦ ସୁକାନ୍ତି ଜେନା, ସରପଞ୍ଚ ମଧୁମିତା ସ୍ୱାଇଁ ପ୍ରମୁଖ ଯୋଗଦେଇ ହାଇସ୍କୁଲ ଗୁଡିକୁ ୫-ଟିରେ ରୁପାନ୍ତରିତ କରି ସବୁ କ୍ଷେତ୍ରରେ ଅତ୍ୟାଧୁନିକ ଶିକ୍ଷାଦାନର ବ୍ୟବସ୍ଥା କରିପାରି ଥିବାରୁ ନବୀନ ପଟ୍ଟନାୟକ ଓ ୫-ଟି ସଚିବ ଭିକେ ପାଣ୍ଡିଆନଙ୍କୁ ଧନ୍ୟବାଦ ଦେଇଥିଲେ । ବିଶେଷକରି ରାଜ୍ୟ ସରକାର ଶିକ୍ଷା କ୍ଷେତ୍ରରେ ଯେପରି ବୈପ୍ଳବିକ ପରିବର୍ତ୍ତନ ଆଣିପାରିଛନ୍ତି ତାହା ଛାତ୍ରଛତ୍ରୀ ଓ ଅଭିଭାବକ ମାନଙ୍କୁ ଅନେକ ଖୁସି ଦେଇଛି ବୋଲି ଅତିଥିମାନେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସହକାରୀ ନିର୍ବାହୀଯନ୍ତ୍ରୀ ଜ୍ଞାନ ରଞ୍ଜନ ଜେନା, କନିଷ୍ଠଯନ୍ତ୍ରୀ କାମେଶ୍ୱର ସାହୁ, ଇଂ ରବିନ୍ଦ୍ର କୁମାର ସାହୁ, ବସନ୍ତ କୁମାର ବେହେରା, ସୁଧାଶୁଂ ବିଶ୍ୱାଳ, ରବିନ୍ଦ୍ର କୁମାର ସ୍ୱାଇଁଙ୍କ ସମେତ ସମସ୍ତ ଶିକ୍ଷକ ରାଧାକୃଷ୍ଣ ପତି, ଶିଶିର କୁମାର ବିଶ୍ୱାଳ, ମାଧବାନନ୍ଦ ଜେନା, ପଦ୍ମନାଭ ପଣ୍ଡା, ଲକ୍ଷ୍ମୀକରାନ୍ତ ମିଶ୍ର, ଶାନ୍ତନୁ କୁମାର ରାଉତ, ପ୍ରଦୀପ କୁମାର ସ୍ୱାଇଁ, ରମେଶ ଚନ୍ଦ୍ର ନାୟକ, ପର୍ଶୁରାମ ନାୟକ, ସତ୍ୟବ୍ରତ ବିଶ୍ୱାଳଙ୍କ ସମେତ ସ୍କୁଲ ପରିଚାଳନା କମିିର ସଦସ୍ୟମାନେ ଯୋଗଦେଇଥିଲେ । ସେହିପରି ହାବଳେଶ୍ୱର ହାଇସ୍କୁଲ ପ୍ରଧାନ ଶିକ୍ଷକ ଦୀନବନ୍ଧୁ ପଢ଼ିଆରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନି ଉତ୍ସବରେ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଜିଲ୍ଲାପରିଷଦ ସଦସ୍ୟ ବିମ୍ବାଧର ବିଶ୍ୱାଳ, ବ୍ଲକ ସହଶିକ୍ଷା ଅଧିକାରୀ ସୁରେଶ କୁମାର ଜେନା, ସରପଞ୍ଚ ରମାକାନ୍ତ ନାୟକ, ସମିତିସଭ୍ୟ ତାରିଣୀ ପ୍ରସାଦ ସେନାପତି ପ୍ରମୁଖ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ଏହି ସ୍କୁଲ ରୁପାନ୍ତିକରଣ କାର୍ଯ୍ୟକୁ ଭୁୟସୀ ପ୍ରସଂଶା କରିଥିଲେ । ହାଇସ୍କୁଲ ଗୁଡିକରେ ଭଙ୍ଗା ଶ୍ରେଣୀଗୃହରେ ଶିକ୍ଷାଦାନ ହେଉଥିବାବେଳେ ୫-ଟିରେ ରୁପାନ୍ତରିତ ହେବାପରେ ଏହାର ରୁପରେଖ ସମ୍ପୁର୍ଣ୍ଣ ବଦଳି ଯାଇଛି, ଅତ୍ୟାଧୁନିକ ଶ୍ରେଣୀଗୃହ, ସ୍ମାର୍ଟ କ୍ଲାସରୁମ, ଇ. ଲାଇବ୍ରେରୀ, କଥାକୁହା କାନ୍ଥ, ସ୍କୁଲ ଭିତର ଫୁଲ ବଗିଚା, ଏବେ ସ୍କୁଲର ଶୋଭାବର୍ଦ୍ଧନ କରୁଛି ବୋଳି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶିକ୍ଷକ ପ୍ରଦୀପ କୁମାର ମଲ୍ଲିକ, ବିଜୟ କୁମାର ନାୟକ, ବାଦଲ କୁମାର ପଲେଇ, ହରିହର ଖୁଣ୍ଟିଆ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ