ହାଟଡିହି ବ୍ଲକ କାର୍ଯ୍ୟାଳୟ ପରିସରରେ ଅର୍ପଣ ରଥ ପରିକ୍ରମାର ଶୁଭାରମ୍ଭ

ହାଟଡିହି, (ବିକାଶ ବିଶ୍ୱାଳ ) : କାର୍ଯ୍ୟାଳୟ ପରିସରରେ ଆଜି ଅର୍ପଣ ରଥ ପରିକ୍ରମାର ଶୁଭାରମ୍ଭ କରାଯାଇଛି । ଆଜି ମଧ୍ୟାହ୍ନରେ ଏଥିଲାଗି ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଜିଲ୍ଲାପରିଷଦ ସଦସ୍ୟ ବିମ୍ବାର ବିଶ୍ୱାଳ, ଜିଲ୍ଲାପରିଷଦ ସଦସ୍ୟା କୌଶଲ୍ୟା ସେଠୀ, ସୁକାନ୍ତୀ ଜେନା ପ୍ରମୁଖ ଯୋଗଦେଇ ରଥ ପୂଜାର୍ଚ୍ଚନା କରିବା ସହିତ ପତାକା ହଲାଇ ଏହାର ଶୁଭାରମ୍ଭ କରିଥିଲେ । ଭଜନ କିର୍ତ୍ତନ କରାଯାଇ ଶଙ୍ଖ ହୁଳହୁଳି ମାଧ୍ୟମରେ ରଥ ଗୁଡିକୁ ପଞ୍ଚାୟତକୁ ପଠାଯାଇଥିଲା । ବିଡିଓ, ଅଧ୍ୟକ୍ଷା ଓ ଜିଲ୍ଲାପରିଷଦ ସଦସ୍ୟ ମାନେ ରଥରେ ଅକ୍ଷତ ଓ ଗୁଆ ଦେଇ ଶୁଭାରମ୍ଭ କରିଥିଲେ । ୩୧ଟି ପଞ୍ଚାୟତରେ ଏହି ରଥ ପରିକ୍ରମା କରିବା ପାଇଁ ବ୍ଲକ ପକ୍ଷରୁ ୮ଗୋଟି ରଥ ପ୍ରସ୍ତୁତ କରାଯାଇ ପଞ୍ଚାୟତକୁ ପଠାଯାଇଥିବାବେଳେ ନୋଡାଲ ଅଫିସର ମାନେ ବିଭିନ୍ନ ରଥର ଦାୟିତ୍ୱ ନେଇ କିପରି ପ୍ରତ୍ୟେକ ଗ୍ରାମରେ ରଥ ପରିକ୍ରମା କରିବ ଓ ଲୋକଙ୍କ ଠାରୁ ଅକ୍ଷତ ଗୁଆ ସଂଗ୍ରହ କରାଯିବ ସେନେଇ ବ୍ୟବସ୍ଥା କରାଯାିଛି । ସେହିପରି ପ୍ରତି ପଞ୍ଚାୟତର ସରପଞ୍ଚ ମାନେ ସେମାନଙ୍କ ପଞ୍ଚାୟତରେ ରଥ ପରିକ୍ରମା କରାଇବାର ସମ୍ପୁର୍ଣ୍ଣ ଦାୟିତ୍ୱ ନେଇଛନ୍ତି । ୧୬ତାରିଖ ସୁଧା ରଥ ପରିକ୍ରମା ସରିବାପରେ ଆସନ୍ତା ୧୭ତାରିଖ ଦିନ ସମସ୍ତ ରଥକୁ ଅଣାଯାଇ ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମ କରାଯିବ ବୋଲି ବିଡିଓ ସୌମ୍ୟଶ୍ରୀ ପାଣିଗ୍ରାହୀ ସୁଚନା ଦେଇଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ସରପଞ୍ଚ ଚିନ୍ମୟ ନାୟକ, ରବିନ୍ଦ୍ର ଜେନା, ଦିନେଶ କୁମାର ସେଠୀ, ଅନ୍ତର୍ଯ୍ୟାମୀ ଖଣ୍ଡେଇ, ହରିଶ୍ଚନ୍ଦ୍ର ଜେନା, ଜଗବନ୍ଧୁ କାଣ୍ଡି, ଙ୍କ ସମେତ ସୁଧାଶୁଂ ବିଶ୍ୱାଳ, ବିଜୟ ମହାପାତ୍ର, ଦିଲ୍ଲିପ କୁମାର ମଲ୍ଲିକ, ସମିତିସଭ୍ୟ ବାବନ ସେଠୀଙ୍କ ସମେତ ଅନେକ ଏସଏସଜି ଗ୍ରୁପର ମହିଳା ଓ ବ୍ଲକ କର୍ମଚାରୀ ମାନେ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ