ହାଟଡିହି ବ୍ଲକ ପରିସରରେ ଜିଲ୍ଲାପାଳ ଓ ଏସପିଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଓ ଏସପିଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଡି ଶିବିରରେ ମୋଟ ୧୪୩ଟି ଅଭିଯୋଗର ଶୁଣାଣି କରାଯାଇଥିଲା । ବିଡିଓ ବିନିତା ବିଜୟିନୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ, ଏସପି ମିତ୍ରଭାନୁ ମହାପାତ୍ର, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲାପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ବିଷ୍ଣୁପ୍ରସାଦ ଆଚାର୍ଯ୍ୟ, ଆନନ୍ଦପୁର ଉପଜିଲ୍ଲାପାଳ ଅନିଲ କୁମାର ସେଠୀ, ଜିଲ୍ଲା ମୁଖ୍ୟ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କିଶୋର ପୃଷ୍ଟି, ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ଯୋଗାଣ ଅଧିକାରୀ ଙ୍କ ସମେତ ଜିଲ୍ଲାର ସମସ୍ତ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ । ଏହି ଅଭିଯୋଗ ଶୁଣାଣିରେ ମରୈଗାଁ ବଳିପୁର ରାସ୍ତା ନିର୍ମାଣରେ ବିଳମ୍ବ ଘଟୁଥିବାରୁ ରାସ୍ତାଟି ଖାଲଖମାରେ ପରିପୁର୍ଣ୍ଣ ହୋଇଯାଇଥବବାରୁ ୬/୭ଟି ପଞ୍ଚାୟତର ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି, ତେଣୁ ଏହାକୁ ତୁରନ୍ତ ନିର୍ମାଣ କରିବା ଦିଗରେ ପଦକ୍ଷେପ ନେବାକୁ ସମାଜସେବୀ ଭଗବାନ ରାଉତ ନିବେଦନ କରିଥିଲେ । ସେହିପରି ଗୋପାଳକୃଷ୍ଣ ରାଉତ, କିଶୋର ଆଚାର୍ଯ୍ୟ, ବିଭୁତି ଭୂଷଣ ଜେନା, ଦେବବ୍ରତ ବେହେରା, ପଙ୍କଜ ସାବତ, ପ୍ରବୀର ନାୟକ ପ୍ରମୁଖ ଗଣମାଧ୍ୟମ ପ୍ରତିନିଧି ମାନେ ହାଟଡିହି ରେ ଏକ ଷ୍ଟେଟବ୍ୟାଙ୍କ ଶାଖା ଖୋଲିବା ଓ ଛେନାପଦିଛକରେ ଏକ ଶୌଚାଳୟ ନିର୍ମାଣ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଅଭିଯୋଗ କରିଥିଲେ । ଏହି ଅଞ୍ଚଳରେ ଷ୍ଟେବ୍ୟାଙ୍କ ଶାଖା ନଥିବାରୁ ଲୋକମାନେ ୩୦କିଲୋମିଟର ଦୁରକୁଯାଇ ନାନା ଅସୁବିଧା ଭୋଗ କରୁଥିବାର ଅଭିଯୋଗ ପରେ ଜିଲ୍ଲାପାଳ ଏନେଇ ଷ୍ଟେଟବ୍ୟାଙ୍କ କର୍ତ୍ତୁପକ୍ଷଙ୍କ ସହ ଆଲୋଚନା କରିବେ ବୋଲି କହିଥିଲେ । ସେହିପରି ଅନେକ ହିତାଦôକାରୀ ସେମାନଙ୍କ ବ୍ୟକ୍ତିଗତ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ । ଏଡି ଶୁଣାଣିରେ ଆନନ୍ଦପୁର ଏସଡିପିଓ ପ୍ରଶାନ୍ତ ବେହେରା, ହାଟଡିହି ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ହାଟଡିହିର ଅତିରିକ୍ତ ତହସିଲଦାର ରଶ୍ମୀରଞ୍ଜନ ଦାସ, ନନ୍ଦିପଦା ଥାନା ଆଇଆଇସି ଗଗନ ବିହାରୀ ବିଶ୍ୱାଳ ପ୍ରମୁଖ ଯୋଗଦେଇଥିବାବେଳେ ବ୍ଲକର ସମସ୍ତ କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ