ହାଟଡିହି ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତ୍ତା ଚୟନ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର କର୍ମକତ୍ତା ଚୟନ ହୋଇଯାଇଛି । ବରିଷ୍ଠ ଶିକ୍ଷକ ସୁରେନ୍ଦ୍ର କୁମାର ସାଙ୍କ ଅଧ୍ୟକ୍ଷତାରେ ଅଣାମଠ ଠାରେ ଅନୁଷ୍ଠିତ ସଂଘର ଏକ ଗୁରୁତ୍ୱପୁର୍ଣ୍ଣ ବୈଠକରେ ବ୍ଲକର ବିଭିନ୍ନ ପ୍ରାନ୍ତରରୁ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଯୋଗଦେଇ ସେମାନଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହିତ ସଂଘ ମାଧ୍ୟମରେ ଏହାର ସମାଦାନ କରିବା ଉପରେ ନିଷ୍ପତି ହୋଇଥିଲା । ଏହି କ୍ରମରେ ଆଜି ହାଟଡିହି ବ୍ଲକର ପ୍ରାଥମିକ ଶିକ୍ଷକ ସଂଘର ନୁତନ କର୍ମକର୍ତ୍ତା ଚୟନ କରାଯାିଥିଲା । ସଭାପତି ଭାବେ ସୁରେନ୍ଦ୍ର କୁମାର ସା, କାର୍ଯ୍ୟକାରୀ ସଭାପତି ଭାବେ ନିତ୍ୟାନନ୍ଦ ବାରିକ, ଉପସଭାପତି ଭାବେ ସ୍ୱର୍ଣ୍ଣ ମଞ୍ଜରୀ ସ୍ୱାଇଁ, ଉପସଭାପତି ଭାବେ ସଞ୍ଜୟ କୁମାର ସ୍ୱାଇଁ, ସମ୍ପାଦକ ଭାବେ ବିବେକାନନ୍ଦ ବେହେରା, ସହ ସମ୍ପାଦକ ଭାବେ ବିନୋଦ ବିହାରୀ ଜେନା, ହରମୋହନ ମଲ୍ଲିକ, ବିଜୟ କୁମାର ଜେନା, ମୃତୁ୍ୟଞ୍ଜୟ ନନ୍ଦ, କୋଷାଧ୍ୟକ୍ଷ ଭାବେ ଶ୍ରୀକାନ୍ତ କୁମାର ସ୍ୱାଇଁ, ଉପଦେ୍ଦଷ୍ଟା ଭାବେ ଅକ୍ଷୟ କୁମାର ବେହେରା, ଗଦାଧର ନାୟକ, ଯତିନ୍ଦ୍ର ଦେଓ, ବାସୁଦେବ ପାଢ଼ୀ, ବିଜୟ କୁମାର ସେଠୀ ପ୍ରମୁଖ ସର୍ବ ସମ୍ମତି କ୍ରମେ ମନୋନୀତ ହୋଇଥିଲେ । ଏହି ବେଠକରେ ବ୍ଲକର ବିଭିନ୍ନ ପ୍ରନ୍ତରରୁ ପଚାଶରୁ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ