ହାଟଡିହି- ବ୍ଲକ ସ୍ତରୀୟ ସ୍ୱାଧିନତା ଦିବସ ପାଳିତ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକର ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ୭୬ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ବ୍ଲକ କାର୍ଯ୍ୟାଳୟ ଠାରେ ବିଡିଓ ବିଚିତ୍ର କୁମାର କରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ଜାତୀୟ ପତାକା ଉତ୍ତୋଳନ କରି ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ସ୍ୱାଧୀନତା ଦିବସ ମହତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଉପାଧ୍ୟକ୍ଷ ରତିକାନ୍ତ ରାଉତ, ସାଂସଦ ପ୍ରତିନିଧି ନନ୍ଦୁ ଚରଣ ଜେନା, ଜିଲ୍ଲାପରିଷଦ ସଦସ୍ୟା କୌଶଲ୍ୟା ସେଠୀ ପ୍ରମୁଖ ଯୋଗଦେଇ ସ୍ୱାଧୀନତା ଦିବସ ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯୁବ ବିଜେଡି ସଭାପତି ତଥା ହାଟଡିହି ସରପଞ୍ଚ ଚିନ୍ମୟ ନାୟକ, ବରିଷ୍ଠ ବିଜେଡି ନେତା ରବିନ୍ଦ୍ର କୁମାର ସାହୁ, ଚିତ୍ତ ରଞ୍ଜନ ପାତ୍ର, ସମିତିସଭ୍ୟ ପ୍ରମୁଖ ଯୋଗଦେଇ ଥିବାବେଳେ ବ୍ଲକର ସାମାଜିକ ସୁରକ୍ଷା ବିଭାଗର କିରାଣୀ ଅବିନାଶ ପତି, କେସିୟର ହରେକୃଷ୍ଣ ପ୍ରଧାନ, ବରିଷ୍ଠ କିରାଣୀ ଶ୍ରବଣ ପରିଡା, ଜିପିଓ ନବୀନ ଚନ୍ଦ୍ର ନାୟକ, ସିପି ସୁବ୍ରତ କୁମାର ନାୟକ, ଏସିପି ପ୍ରଶାନ୍ତ ସେଠୀ, କର୍ମଚାରୀ ବିନୋଦ ସାହୁ, ସୁଦର୍ଶନ ଘଡେଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସେହିପରି ହାଟଡିହି ତହସିଲରେ ତହସିଲଦାର ଦିଲ୍ଲିପ କୁମାର ସାହୁ ଜାତୀୟ ପତାକା ଉତ୍ତୋଳନ କରି ଉପସ୍ଥିତ କର୍ମଚାରୀ ଓ ଜନସାଧାରଣଙ୍କୁ ଉଦବୋଧନ ଦେଇଥିଲେ । ଏଥିରେ ଅତିରିକ୍ତ ତହସିଲଦାର ରଶ୍ମୀରଞ୍ଜନ ସମେତ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ହାଟଡିହି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଏବିଇଓ ଧନେଶ୍ୱର ଖଣ୍ଡେଇ ଜାତୀୟ ପତାକା ଉତ୍ତୋଳନ କରିତôବାବେଳେ ଏବିଇଓ ସୁରେଶ କୁମାର ଜେନା ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ