ହାଟଡିହି ବ୍ୟାଙ୍କରେ ବ୍ୟାପକ ଅବ୍ୟବସ୍ଥା, ନିର୍ଦ୍ଧୁମ ଖରାରେ ଗ୍ରାହକ, କରୋନା କଟକଣାକୁ ଫୁ

ହାଟଡ଼ିହି (ବିକାଶ ବିଶ୍ୱାଳ): ହାଟଡିହି ବ୍ୟାଙ୍କ ଅଫ ଇଣ୍ଡିଆରେ ବ୍ୟାପକ ଅବ୍ୟବସ୍ଥା ଯୋଗୁଁ ଦିନକୁ ଦିନ ଗ୍ରାହକ ମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଏହି ବ୍ୟାଙ୍କଟି ହାଟଡିହି ବ୍ଲକର ଲିଡିଂ ବ୍ୟାଙ୍କ ହୋଇଥିବାରୁ ଦୈନଦିନ ହଜାରେରୁ ଉର୍ଦ୍ଧ ଗ୍ରାହକ ଟଙ୍କା ଦେଣ ନେଣ କରିବାପାଇଁ ବହୁ ଦୁର ଦୁରାନ୍ତରୁ ଆସିଥାନ୍ତି । ଏପରିକି ଦିନେ ଦିନେ ବ୍ୟାଙ୍କ ଠାରୁ ରାସ୍ତା ପର୍ଯ୍ୟନ୍ତ ୪ରୁ ୫ଟି ଧାଡି ଲାଗି ଯାଇଥାଏ । ଏବେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଯାଇଥିବାବେଳେ କିନ୍ତୁ ଗ୍ରାହକଙ୍କ ପାଇଁ କୌଣସି ସୁବ୍ୟବସ୍ଥା ନଥିବାରୁ ଶହଶହ ଗ୍ରାହକ ନିର୍ଦ୍ଧୁମ ଖରାରେ ଠିଆ ହୋଇ ଅସୁସ୍ଥ ହୋଇ ପଡୁଛନ୍ତି । ଏପରି ଅଭିଯୋଗ ସମ୍ପର୍କରେ ଟୁଇଟ କରି ଉଚ୍ଚ କର୍ତ୍ତୁପକ୍ଷଙ୍କୁ ଜଣାଇବା ପରେ ବ୍ୟାଙ୍କ କର୍ତ୍ତୁପକ୍ଷ କେବଳ ଗୋଟିଏ ଛୋଟ ତମ୍ବୁ ମାରି ନିଜ କାମ ସାରିଦେଲେ । ବ୍ୟାଙ୍କରେ ଅଧିକ କର୍ମଚାରୀ ନିଯୁକ୍ତି, ଗ୍ରାହକ ମାନଙ୍କୁ ଉଚିତ ବ୍ୟବହାର ପ୍ରଦର୍ଶନ, ଅଧିକ କାଉଣ୍ଟର ଖୋଲିବା ଉପରେ କର୍ତ୍ତୁପକ୍ଷ ଗୁରୁତ୍ୱ ଦେଲେନି । ଫଳରେ ଗ୍ରାହକ ମାନଙ୍କ ହିନସ୍ଥା ଏବେ ଦୁଇଗୁଣ ବଢ଼ି ଯାଇଛି । ସକାଳ ୭ଟାରୁ ବହୁ ଦୁର ଦୁରାନ୍ତରୁ ଲୋକମାନେ ଆସି ପ୍ରବଳ ଖରାରେ ଧାଡିରେ ଠିଆ ହୋଇ ରହିଥିବା ଦେଖିବାକୁ ମିଳିଛି । ଏପରିକି ଅନେକ ମହିଳା ମଧ୍ୟ ସେମାନଙ୍କ ଛୋଟ ଛୋଟ ଛୁଆଙ୍କୁ ଧରି ଏହି ଖର।।ରେ ଧାଡିରେ ଠିଆହୋଇ ରହିଥିଲେ । ଯଦି ବା କିଏ ପାଣିପିଇବାକୁ ଯାଉଥିଲେ ତେବେ ନିଜ ନିଜର ଜୋତାକୁ ଧାଡିରେ ରଖି ଆସୁଥିଲେ । ସେହିପରି ଗ୍ରାହକ ମାନଙ୍କ ପାଇଁ ପିଇବା ପାଣିର ବ୍ୟବସ୍ଥା ମଧ୍ୟ କରାଯାଇ ନାହିଁ । ଅନେକ ଅବ୍ୟବସ୍ଥା ଯୋଗୁଁ ଦୈନଦିନ ଏଠାରେ ବ୍ୟାଙ୍କ କର୍ତ୍ତୁପକ୍ଷଙ୍କ ସହିତ ଗ୍ରାହକ ମାନଙ୍କର ପାଟିତୁଣ୍ଡ ହେଉଛି । ଏହା ଏବେ ନିତିଦିନିଆ ଘଟଣାରେ ପରିଣତ ହୋଇ ଗଲାଣି । ବ୍ୟାଙ୍କ କର୍ତ୍ତୁପକ୍ଷ ଅଧିକ କାଉଣ୍ଟର ଖୋଲିବାକୁ ଦିଗରେ କୌଣସି ପଦକ୍ଷେପ ନେଉ ନଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହେଉଛି ବୋଲି ଭୀମସେନ ପଲେଇ, ନବଘନ ନାୟକ, କୃଷ୍ଣ ଚନ୍ଦ୍ର ଜେନା, ବସନ୍ତ ନାୟକ, ସୁଲୋଚନା ନାୟକ, ସୁରମା ମହାନ୍ତି, ବିନୋଦ ବିହାରୀ ଲେଙ୍କା, ଜୟରାମ ଦାସ, କିଶୋର ମହାନ୍ତି ପ୍ରମୁଖ ଗ୍ରାହକମାନେ ଅଭିଯୋଗ କରିଛନ୍ତି । ସେମାନେ ଏସସି ରୁମରେ ବସି ଗ୍ରାହକ ମାନଙ୍କୁ ଖରାରେ ଠିଆ କରାଇ ମଜା ନେଉଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି । ସେହିପରି ଏବେ ସରକାର କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ଚିନ୍ତା ବ୍ୟକ୍ତ କରିଥିବାବେଳେ ଏଠାରେ କରୋନା ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା ଦେଖା ଦେଇଛି । ଏକ ସମୟରେ ଶହଶହ ଲୋକ ବିନା ମାସ୍କରେ ଓ ସାମାଜିକ ଦୁରତାରେ ରହୁ ନଥିବାରୁ ବ୍ୟାଙ୍କକୁ ଆସୁଥିବା ଲୋକମାନେ ସଂକ୍ରମିତ ହେବାର ଆଶଙ୍କା ପ୍ରକାଶ ପାଇଛି । ତୁରନ୍ତ ବ୍ୟାଙ୍କ ଅଫ ଇଣ୍ଡିଆର ଉଚ୍ଚ କର୍ତ୍ତୁପକ୍ଷ ଏଥିପ୍ରତି ଦୃଷ୍ଟିଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ