ହାଟଡିହି ସମ୍ବାଦ ସାହିତ୍ୟଘରକୁ ଶ୍ରେଷ୍ଠ ସଂଗଠନ ସମ୍ବର୍ଦ୍ଧନା

ହାଟଡ଼ିହି, (ବିକାଶ ବିଶ୍ୱାଳ):ଖୁବ କମ ଦିନ ଭିତରେ ହାଟଡିହି ବ୍ଲକ ସମ୍ବାଦ ସାହିତ୍ୟ ଘର ପ୍ରତିଷ୍ଠା ହୋଇଥିଲେ ମଧ୍ୟ ଏହାର କାର୍ଯ୍ୟଶୈଳୀ ଯୋଗୁଁ ଏହା ଜିଲ୍ଲାର ସାହିତ୍ୟ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନରେ ପହଞ୍ôଚ ପାରିଛି । ଏଥିପାଇଁ ଏହାର ସଂଯୋଜକ କିଶୋର ଆଚାର୍ଯ୍ୟ ଓ ସମ୍ପାଦକଙ୍କୁ ସଂଯୋଗୀ ଶ୍ରେଷ୍ଠ ସଂଗଠନ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି । ସଂଯୋଗୀ ସାହିତ୍ୟ ସଂସଦ, କୁଣ୍ଣାପିଠା, କେନ୍ଦୁଝର ପକ୍ଷରୁ ଆୟୋଜିତ ଏକ ରାଜ୍ୟ ସ୍ତରୀୟ ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ସଭାରେ ସଂଯୋଜକ ଶ୍ରୀ କିଶୋର ଆଚାର୍ଯ୍ୟ ଓ ସମ୍ପାଦକ ଶ୍ରୀକାନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ମାନପତ୍ର, ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ଗ୍ରହଣ କରିଥିଲେ । ବିଶେଷକରି ଗ୍ରାମାଞ୍ଚଳରେ ଅନ୍ଧାରୀ ମୁଲକରରେ ଦ୍ୱୀପ ଶିଖାଟିଏ ପରି ଜଳି ନିଜ ଅଞ୍ଚଳରେ ନିଜକୁ ସିମିତ ନରଖି କେନ୍ଦୁଝର ଜିଲ୍ଲା ସମେତ ରାଜ୍ୟରେ ଭାଷା ସାହିତ୍ୟର ପ୍ରସାର ଓ ପ୍ରଚାର ପାଇଁ ସର୍ବଦା ପ୍ରୟାସ ଜାରି ରଖିବା ସହିତ ଅନ୍ୟମାନଙ୍କୁ ସାହିତ୍ୟ କ୍ଷେତ୍ରରେ ଅଗ୍ରଗତି ପାଇଁ ପ୍ରେରଣା ଯୋଗାଉଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ପିନାକୀ ମିଶ୍ର, ମୁଖ୍ୟବକ୍ତା ଭାବେ ସଚିଦାନନ୍ଦ ସାହୁ, ସମ୍ମାନୀତ ଅତିଥି ଭାବେ ହରିଚନ୍ଦନପୁର ସମ୍ବାଦ ସାହିତ୍ୟଘରର ସମ୍ପାଦକ ଅକ୍ଷୟ କୁମାର ପଲେଇ, ଫୁଲଚନ୍ଦନର ସମ୍ପାଦକ ନୃଷିହଂ ଚରଣ ମହାନ୍ତି, କବି ଚିନ୍ତାମଣି ମହାଳିକ ପ୍ରମୁଖ ଅତିଥିଭାବେ ଯୋଗଦେଇ ସମ୍ବର୍ଦ୍ଦିତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ