ହାଟଡିହି, ୫ମଶ୍ରେଣୀ ମେଧାବୃତ୍ତି ପରିକ୍ଷାଫଳ ପ୍ରକାଶିତ
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍) : ହାଟଡିହି ବ୍ଲକର ୫ମଶ୍ରେଣୀ ମେଧାବୃତ୍ତି ୨୦୧୯ ର ପରୀକ୍ଷାଫଳ ପ୍ରକାଶ ପାଇଛି । ଏଥିରେ କ୍ଷେତୁଆଳି ସ୍କୁଲର ଅଭିଜ୍ଞ ସା ୮୯ମାର୍କ ରଖିସ ପ୍ରଥମ, ହଦଗଡ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମାତୃପ୍ରସାଦ ନନ୍ଦି ୭୭ମାର୍କ ରଖି ଦ୍ୱିତୀୟ , ସରସ୍ୱତୀ ଶିଶୁମନ୍ଦିର ହାଟଡିହିର ଅଙ୍କିତା ନାୟକ ୭୬ମାର୍କ ରଖି ତୃତୀୟ ସ୍ଥାନ ହାସଲ କରିଛନ୍ତି । ସେହିପରି ନୁଆରମ୍ପାସ ପ୍ରାଥମିକ ବିଦ୍ୟାଳୟର ସ୍ମୃତିରେଖା ଜେନା ୭୫ ମାର୍କ ରଖି ଚତୁର୍ଥ, ଆରବି ହାଇସ୍କୁଲ ଷଡଙ୍ଗର ସନ୍ତୋଷ କୁମାର ମହାରଣା ୭୩ ମାର୍କ ରଖି ପଞ୍ଚମ, ଶାସଙ୍ଗ ସରକାରୀ ନୋଡାଲର ଚିତ୍ରେଶ୍ୱରୀ ବେହେରା ୭୨ମାର୍କ ରଖି ୬ଷ୍ଠ, ସରସ୍ୱତୀ ଶିଶୁମନ୍ଦିର ବଞ୍ଚୋର ଏସ.ଡି ଅରୁଦି ସା ୭୦ମାର୍କ ରଖି ସପ୍ତମ ସ୍ଥାନ ହାସଲ କରିଥିବା ଏବିଇଓ ସୁରେଶ କୁମାର ଜେନା ଜଣାଇଛନ୍ତି ।