ହାଟବାଦଡା ବାଟହୁଡା଼ ରେ ଦନ୍ତା ଆକ୍ରମଣ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ପ୍ରବଳ ବର୍ଷା ବିତ୍ପାତ ଯୋଗୁଁ ଜଙ୍ଗଲରେ ହାତୀ ପଲ ବାଟହୁଡା଼ ହେଉଛନ୍ତି । ଏହିଭଳି ଘଟଣାସ୍ଥଳରେ ଦେଖିବାକୁ ମିଳୁଛି ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ବନଖଣ୍ଡ ଅନ୍ତର୍ଗତ କୁସୁମିତ ବ୍ଲକର ହାଟବାଦଡା ପଞ୍ଚାୟତରେ । ବୁଧବାର ରାତିରେ ଏକ ବାଟହୁଡା ଝାଡ଼ଖଣ୍ଡୀ ଦନ୍ତା ପ୍ରବଳ ବର୍ଷା ଯୋଗୁଁ ସାଙ୍ଗ ସାଥି ହୋଇ ହାଟବାଦଡା ପଞ୍ଚାୟତର ଚିଙ୍ଗୁଡ଼ି ପୋଖରୀ ,ବଳଦପୁର ଗାଁ ବିଲରେ ପଶି ଚାଷ ଖେତ ନଷ୍ଟ କରିଥିଲା । ଗୁରୁବାର ଭୋରୁ ଚିଙ୍ଗୁଡ଼ି ପୋଖରୀ ଗ୍ରାମର ଚାନ୍ଦରାୟ ବେଶ୍ରା ଶୌଚ କରିବାକୁ ଯାଉଥିବା ବେଳେ ଦନ୍ତା ହାବୁଡ଼ରେ ପଡ଼ିଥିଲା । ଦନ୍ତା ଠାରୁ ରକ୍ଷା ପାଇବା ପାଇଁ ପ୍ରାଣ ବିକଳରେ ଘର ଆଡକୁ ଦୌଡିଥିବା ବେଳେ ଘର ପାଖରେ ଚାନ୍ଦରାୟକୁ ଅଣ୍ଟାରେ ଧରି କଚାଡି ଦେଇଥିଲା ଓ ଦୁଇଟି ଘର ନଷ୍ଟ କରି ଦେଇଥିଲା । ଚାନ୍ଦରାୟର ଅଣ୍ଟା ଭାଙ୍ଗି ଯାଇଥିଲା ସେହିଭଳି ବଳଦପୁର ଗାଁ ର ସିଙ୍ଗରାୟ ମାଝୀଙ୍କୁ ଦନ୍ତା ଆକ୍ରମଣ କରିଥିଲା ତାର ଗୋଡ ଭାଙ୍ଗିଯିବା ସହ ଆହତ ହୋଇଛନ୍ତି । ଚିକିତ୍ସା ପାଇଁ ରାଇରଙ୍ଗପୁର ଡାକ୍ତରଖାନା ରେ ଭର୍ତ୍ତି କରାଯାଇଛି । ଖବର ପାଇ ମୟୂରଭଂଜ ସଦର ବିଜେଡି ଜିଲ୍ଲା ସଭାପତି କାଶୀନାଥ ହେମ୍ବ୍ରମଙ୍କ ସହିତ ଦୀପକ ମିଶ୍ର, ଘାସିରାମ ହାଁସଦା, ଗଣେଶ ମିଶ୍ର,ତୁଲସୀ ହେମ୍ବ୍ରମ, ମୁନା ଖାଁ, ଚନ୍ଦ୍ର ହେମ୍ବ୍ରମ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ବନ ବିଭାଗ, ପୋଲିସ ଓ ପ୍ରଶାସନ ସହିତ ଆଲେଚନା କରିବା ସହ ହାତୀ ଘୋଡାଇବାକୁ କାର୍ଯ୍ୟରେ ଗ୍ରାମବାସୀ, ବନବିଭାଗ ସହ ସାମିଲ ହୋଇଥିଲେ । ଦନ୍ତା ହାତୀ ଆକ୍ରମଣ ରେ ପିଡିତ ମାନଙ୍କ ଚିକିତ୍ସା ଓ ସହାୟତା ପାଇଁ ବନ ବିଭାଗକୁ ଜଣାଇଥିଲେ । ବନ ବିଭାଗ ଦନ୍ତା କୁ ପଡୋଶୀ ଝାଡଖଣ୍ଡ ଜଙ୍ଗଲ ସୀମା ଆଡ଼କୁ ଘଉଡାଇବା କାର୍ଯ୍ୟରେ ବ୍ୟସ୍ତ ରହିଛନ୍ତି । ଗ୍ରାମବାସୀଙ୍କ ଦାବି ହାତୀମାନଙ୍କୁ ଘଉଡାଇବା ସିମା ପାର କରାଯାଉ ଓ ଦୁଇ ଗୁରୁତରଙ୍କୁ ଚିକିତ୍ସା ସହ କ୍ଷତିପୂରଣ ସହାୟତା ରାଶି ପ୍ରଦାନ କରାଯାଉ । ସେହିଭଳି ଗତ ୩/୪ ଦିନ ତଳେ ଏକ ବାଟହୁଡା ଝାଡଖଣ୍ଡୀ ଦନ୍ତା ହାତୀ ବାରିପଦା ସହର ଭିତରକୁ ପଶି ଯାଇଥିଲା । ଏପରି ବିଭିନ୍ନ ଘଟଣାକୁ ନେଇ ସହରବାସୀ ଭୟଭୀତ ହୋଇ ହୋଇଯାଇଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ