ହାଟରେ ବାଟ ହୁଡିଛି ସାମାଜିକ ଦୂରତା
ଯୋଡା : କରୋନା କବଜାରେ ସାରାବିଶ୍ୱ । ଏବେ ସୁଦ୍ଧା ବିଶ୍ୱର ପ୍ରମୁଖ ରାଷ୍ଟ୍ରଗୁଡିକୁ ବ୍ୟାପିବାରେ ଲାଗିଛି ଏହି କରୋନା । ଏନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି । ବିଶେଷକରି ଗୋଟିଏ ସ୍ଥାନରେ ଏକାଧିକ ଲୋକ ରୁଣ୍ଡ ନହେବା ଉପରେ ଧ୍ୟାନ ଦିଆଗଲେ ରୋଗ ବ୍ୟାପି ପାରିବ ନାହିଁ । ଏନେଇ ସତର୍କତା ଆବଲମ୍ବନ କଲେ ଭାଇରସ ଆକ୍ରମଣରୁ ଜନସାଧାରଣ ବର୍ତ୍ତି ଯାଇପାରିବ ବୋଲି ଆକଳନ କରାଯାଇ ସରକାରଙ୍କ ପକ୍ଷରୁ ରାଜ୍ୟର ସବୁ ଜିଲ୍ଲାରେ ଲକଡାଉନ ଘୋଷଣା କରାଯାଇଛି । ଖଣି ଅଞ୍ଚଳ କେନ୍ଦୁଝର ଜିଲ୍ଲା ଯୋଡାରେ ଅତ୍ୟାବଶକୀୟ ସାମଗ୍ରୀକୁ ଛାଡିଦେଲେ ଅନାବଶ୍ୟକ ଦୋକାନରେ ତାଲା ଝୁଲୁଛି । କରୋନା ଭଳି ମହାମାରୀ ରୋକିବା ପାଇଁ ସରକାର ସାମାଜିକ ଦୂରତା ରକ୍ଷା ନିମନ୍ତେ ଲକଡାଉନ କରିଛନ୍ତି । ବାହାରେ ଗହଳି ନକରିବା ଓ ଭିଡ ନଜମାଇବା ପାଇଁ ସଚେତନ ସହ କଟକଣା ଲାଗୁ ହୋଇଥିବା ବେଳେ ହାଟରେ ସାମାଜିକ ଦୂରତା ରକ୍ଷା ଏକପ୍ରକାର ବାଟ ହୁଡିଛି । ଅତ୍ୟାବଶ୍ୟକ ରାସନ ସାମଗ୍ରୀ,ଦୁଗ୍ଧ,େଓøଷଧ ଦୋକାନ,ଫଳ ଦୋକାନ ସହ ପନିପରିବା ଦୋକାନ ଗୁଡିକ ଖୋଲିବା ନିମନ୍ତେ ଅନୁମତି ଦିଆଯାଇଥିବା ବେଳେ କରୋନା ପାଇଁ ପନିପରିବା ଓ ରାସନ ସାମଗ୍ରୀ ଦୋକାନରେ ଭିଡ ଜମୁଛି । ଲୋକେ ପନିପରିବା ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି । କରୋନା ପ୍ରଭାବରେ ପରିବା ଦର ଏବେ ଚଢା ଦରରେ ବିକ୍ରି ହେଉଥିବା ଅଭିଯୋଗ ପାଇବା ପରେ ଯୋଡା ପୌର ନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟ୍ଟଯୋଶୀଙ୍କ ନିର୍ଦ୍ଦେଶକ୍ରମେ ପୌର କର୍ତ୍ତୃପକ୍ଷ ଚଢାଦରରେ ପନିପରିବା ଓ ସଉଦା ସାମଗ୍ରୀ ବିକୁଥିବା ଦୋକାନୀଙ୍କୁ ତାଗିଦ୍ କରାଯାଇଥିବା ଖବର ମିଳିଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ତଥା ଦେଶରେ ଲକଡାଉନ ଘୋଷଣା କରାଯିବା ପରେ ସହରାଞ୍ଚଳ ଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ରାସ୍ତାଘାଟ ଶୂନଶାନ ରହୁଥିବା ବେଳେ ପ୍ରାୟତଃ ଅନାବଶ୍ୟକ ସାମଗ୍ରୀ ଦୋକାନ ଗୁଡିକ ବନ୍ଦ ରହିଥିବା ଦେଖିବାକୁ ମିଳୁଛି । ବିଶେଷକରି ଆଳୁ ଓ ପିଆଜ ଉପରେ ଅନେକ ନିର୍ଭରଶୀଳ ରହିଥିବା ବେଳେ କରେନା ଆତଙ୍କ ସାଙ୍ଗକୁ ଅନ୍ୟପକ୍ଷରେ ବଜାର ମୂଲ୍ୟ କ୍ରମଶଃ ବୃଦ୍ଧି ପାଇବା ଦ୍ୱାରା ସାଧାରଣ ଜନତା ହତାଶାଭାବ ମଧ୍ୟରେ ଦିନ କାଟୁଛନ୍ତି । ଖଣି ଅଞ୍ଚଳ ଯୋଡାରେ ରବିବାର ସୁଦ୍ଧା ଆଳୁ ଓ ପିଆଜ ଦର ସ୍ୱାଭାବିକ ଦର ଥିବା ବେଳେ ମଙ୍ଗଳବାର ଲକଡାଉନ ପରେ ଏହି ଦର ବୃଦ୍ଧି ଘଟିଛି । କରୋନା ଭୟରେ ଆଗକୁ ଖାଦ୍ୟ ସାମଗ୍ରୀ ନମିଳିବାର ଆଶଙ୍କାରେ ଖାଉଟି ମାନେ ଖୋଲାଯାଇଥିବା କେତେକ ରାସନ ଓ ପନିପରିବା ଦୋକାନରେ ଭିଡ ଜମାଇଥିବାଳେ ଭିଡକୁ ଦେଖି କିଛି ଦୋକାନୀ ଚଢା ଦରରେ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ଅଭିଯୋଗ ହୋଇଥିଲା । ଯାହାକୁ ନେଇ ବୁଧବାର ସକାଳ ସମୟରେ ଯୋଡା ପୌର ପ୍ରଶାସନର ଅଧିକାରୀ କଳାକର ସା ଓ ଦୋଳଗୋବିନ୍ଦ ସାହୁ ସେଠାରେ ପହଞ୍ôଚ ଲୋକଙ୍କୁ ସଚେତନତା କରିବା ସହିତ କୌଣସି ଜାଗାରେ ଅତ୍ୟାଧିକ ଜନସମାଗମ ତଥା ସାମାଜିକ ଦୂରତା ରକ୍ଷା ଉପରେ ଅନୁରୋଧ କରିଥିଲେ । କୌଣସି ଦୋକାନୀ ଚଢା ଦରରେ ସାମଗ୍ରୀ ନବିକ୍ରି କରିବାକୁ ଦୋକାନୀ ମାନଙ୍କୁ ତାଗିଦ୍ ମଧ୍ୟ କରିଥିଲେ ।


