ହାଟ ବ୍ୟବସାୟୀଙ୍କ ମୁଣ୍ଡରେ କରଜ ଭାର

ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ସାରା ରାଜ୍ୟରେ ଏବେ କରୋନା ତାର କାୟା ବିସ୍ତାର କରିଥିବା ବେଳେ ସେଥିରେ ଲୋକେ ବହୁ ମାତ୍ରାରେ ଆକ୍ରାନ୍ତ ହୋଇ ସାରିଛନ୍ତି । ଏଥି ମଧ୍ୟରେ ବସ ମାଲିକ, ଉଠା ଦୋକାନୀ, ହୋଟେଲ, ପରିବା ଦୋକାନୀ, ଚାଷୀ ଓ ଶିଳ୍ପ ପତି । ଏଥି ମଧ୍ୟରୁ ବାଦ ପଡି ନାହାନ୍ତି ହାଟ ବ୍ୟବାସୟୀ । ଗଜପତି ଜିଲ୍ଲା ମୋହନା ବ୍ଲକରେ ବିଭିନ୍ନ ସ୍ଥାନରେ ହାଟ ଉପରେ ନିର୍ଭର କରିଥାନ୍ତି ସାଧାରଣତଃ ଲୋକେ ଏହି ଲୋକଙ୍କ ଠାରୁ କିଛି ବାଣିଜ୍ୟ କରିଲେ ନିଜ ପରିବାର ବରଣ ପୋଷଣ କରନ୍ତି ହାଟ ବ୍ୟବାସୟୀ । ମୋହନା ବ୍ଳକର ଦୁର୍ଗମ ଅଂଚଳରେ ରାଇପଙ୍କା, ମାଣ୍ଡିମେରା, ଖାରିଗୁଡା, ବିରିକୋଟ, ଅଡବା, ପାଣିଗଣ୍ଡା, ମଳାସପଦର, ଗୋବିନ୍ଦପୁର, ଅନ୍ତରବା, ଚୁଡଙ୍ଗପୁର, ଲୁହାଗୁଡି, ଚାନ୍ଦିପୁଟ, ଚନ୍ଦ୍ରଗିରି ଏହି ଅଂଚଳ ଗୁଡିକରେ ୨୦ରୁ ଉର୍ଦ୍ଧ୍ୱ ପଂଚାୟତ ନିର୍ଭର କରନ୍ତି ହାଟ ଉପରେ । ଚାଷ କରିବା ଲଙ୍ଗଳ, ଲୁଗାପଟା, ଡାଲି ଚାଉଳ, ଚପଲ, ଛତା, ଡ୍ରେସ କିଣିବା ପାଇଁ ଓ ସଜାଡିବା ପାଇଁ ଆସିଥାନ୍ତି ଦୁର୍ଗମ ଅଂଚଳର ଲୋକେ । ଲକଡାଉନ ଯୋଗୁଁ ହାଟ ବନ୍ଦ ହୋଇଥିବାରୁ କୌଣସି ସାମଗ୍ରି କିଣି ପାରୁନାହାନ୍ତି ଦୁର୍ଗମ ଅଂଚଳର ଲୋକେ ଯାହା ଫଳରେ ହାଟ ବେପାରୀ ମାଲିକ ଠାରୁ କରଜ ଆଣି ମୁଣ୍ଡରେ ହାତ ଦେଇ ଘରେ ବସିଛନ୍ତି । ନା ମିଳୁଛି ସରକାରଙ୍କ ସହାୟତା ନା ପରିବାରଙ୍କୁ ପୋଷି ହେଉଛି । ଅନ୍ୟ ପଟେ ଜିଲ୍ଲାର ରା.ଉଦୟଗିରି, ନୁଆଗଡ, ରାୟଗଡ, ଖଜୁରିପଦା, ରାମଗିରି, ମଣ୍ଡଳସାହି ଆଦି ଜାଗାରେ ସାମାଜିକ ଦୂରତା ନରଖି ପ୍ରସାଶନର ଆଖି ଆଗରେ ଖୁଲମ ଖୋଲା ଚାଲୁଛି ହାଟ । କିନ୍ତୁ ମୋହନା ବ୍ଳକକୁ କାହିଁକି ମିଳୁନି ଅନୁମତି ଖୋଲିବା ପାଇଁ ହାଟ । ଏଠି ଜିଲ୍ଲାପାଳଙ୍କ ନିର୍ଦ୍ଧେଶ ମିଳୁନି ନା ତହସିଲ ବ୍ଳକ ଅଫିସରେ କିଛି ଲୁଚାକାଳି ରହିଛି ଯାହା ଫଳରେ ଲୋକେ ବ୍ୟବସାୟ କରିବାକୁ ଡରୁଛନ୍ତି । ଏପରିକି ହାଟ ବ୍ୟବସାୟୀମାନେ କହିଛନ୍ତି ବ୍ରହ୍ମପୁରରେ ରେଡ ଜୋନ ହୋଇଥିବା ବେଳେ ସବୁ ଦୋକନା ବଜାର ଖୋଲା ରହୁଛି ଓ ପାରଳାଖେମୁଣ୍ଡି ଅଂଚଳରେ ସବୁ ଦୋକନା ବଜାର ଖୋଲା ରହିବା ସହ କୌଣସି କଟକଣା ଲାଗୁ ନାହିଁ କିନ୍ତୁ ମୋହନା ବ୍ଳକକୁ କାହିଁକି ଏତେ କଟକଣା ଲଗାଯାଉଛି ଯାହା ଦ୍ୱାରାକି ଦିନକୁ ଦିନ କରଜ ଭାର ବଢିବାରେ ଲାଗିଚି ଏବଂ ହାଟପଦାରେ ଗୋରୁ ଗୁହାଳ ପାଲଟିଛି । ପ୍ରଶାସନ ଏଥିପ୍ରତି କେବେ ନଜର ଦେବେ ଓ ହାଟ କେବେ ଚାଲିବ ତାହା ଅଂଚଳବାସିଙ୍କ ଅପେକ୍ଷା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ