ହାତକୁ ଦୁଇ ହାତ ହେଲେ ନେହା

ପୁଣେ : ଟିଭି ଜଗତର ଜଣାଶୁଣା ଅଭିନେତ୍ରୀ ନେହା ପେଣ୍ଡସେଙ୍କ ବାହାଘର ସମ୍ପନ୍ନ ହୋଇଛି। ସେ ଶାର୍ଦୁଳ ସିଂ ବୟାସଙ୍କ ସହ ସାତ ଫେରେ ନେଇଛନ୍ତି। ତାଙ୍କ ବିବାହ ମରାଠୀ ରୀତିନୀତିରେ ଅନୁଷ୍ଠିତ ହୋଇଛି। ଏହି ସମୟରେ ନେହା ମରାଠୀ ବୋହୂ ବେଶରେ ବହୁତ ସୁନ୍ଦର ଦେଖାଯାଉଥିଲେ। ସେମାନଙ୍କ ବିବାହ ସମୟର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଛାଇଯାଇଛି। ବାହାଘର ସମୟରେ ନେହା ପେଷ୍ଟାଲ ପିଙ୍କ୍‌ ରଙ୍ଗର ନଉଭାରୀ ଶାଢ଼ି ପିନ୍ଧିଥିଲେ। ପାରମ୍ପରିକ ନୋଜ୍‌ ପିନ୍‌, ଚନ୍ଦ୍ରାକାର ଟିକିଲି (ମରାଠୀ ଷ୍ଟାଇଲି ବିନ୍ଦି), ନୀଳ ଚୁଡ଼ି ଓ କେଶରେ ଗଜରା ସହିତ ବୋହୂ ବେଶ ତାଙ୍କୁ ବେଶ୍‌ ମାନୁଥିଲା। ସେହିପରି ଶାର୍ଦୁଳ ମଧ୍ୟ ଲାଇଟ୍‌ ପିଙ୍କ୍‌ ଆଉଟଫିଟ ସହିତ ପିଙ୍କ୍‌ ପଗଡ଼ି ପିନ୍ଧିଥିଲେ। ପ୍ରତ୍ୟେକ ଫଟୋରେ ସେ ନେହାଙ୍କ ସହିତ ସେ ବେଶ୍‌ ଖୁସି ନଜର ଆସୁଥିଲେ। କିଛି ଦିନ ତଳେ ଏକ ସାକ୍ଷାତକାରରେ ନେହା ନିଜ ବାହାଘର କାର୍ଯ୍ୟକ୍ରମରେ ପିନ୍ଧିବାକୁ ଥିବା ଆଉଟ୍‌ଫିଟ୍‌ ଡିଟେଲ୍ସ ଦେଇଥିଲେ। ସେ ସଙ୍ଗୀତ, ହଳଦୀ, ନିର୍ବନ୍ଧଠାରୁ ଆରମ୍ଭ କରି ବାହାଘର ପର୍ଯ୍ୟନ୍ତ ପିନ୍ଧିବାକୁ ଥିବା ଆଉଟ୍‌ଫିଟ୍‌ ସମ୍ପର୍କରେ ନେହା ସୂଚନା ଦେଇଥିଲେ। ୱେଡିଂ ଆଉଟ୍‌ଫିଟ୍‌ ସମ୍ପର୍କରେ ନେହା କହିଥିଲେ ଯେ ସାଧାରଣତଃ ନାଉଭାରୀ ଶାଢ଼ି ବ୍ରାଇଟ୍‌ କଲର୍ସର ଥାଏ। କିନ୍ତୁ ଏଥିରେ ସେ କିଛି ଅଲଗା କରିବେ ବୋଲି ନେହା କହିଥିଲେ। ନେହାଙ୍କ ବିବାହ ପୁଣେରେ ନିକଟତମ ବନ୍ଧୁ ଓ ପରିବାର ଲୋକଙ୍କ ଗହଣରେ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ