ହାତଡ଼ିହି କଲେଜର ନବ ନିର୍ମିତ ଶ୍ରେଣୀଗୃହ ଉଦଘାଟିତ
ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡ଼ିହି ଆଞ୍ଚଳିକ ମହାବିଦ୍ୟାଳୟର ନବ ନିର୍ମିତ ଶ୍ରେଣୀଗୃହ ଉଦଘାଟିତ ହୋଇ ଯାଇଛି। କଲେଜର ଅଧ୍ୟକ୍ଷ ଚିତ୍ତରଞ୍ଜନ ରାଉତଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି ଉଦଘାଟନ ଉତ୍ସବରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ ସରପଞ୍ଚ ଚିନ୍ମୟ କୁମାର ନାୟକ ଯୋଗ ଦେଇଥିଲେ । ଏହି କଲେଜଟି ବ୍ଲକର ସର୍ଵ ପୁରାତନ କଲେଜ ହୋଇଥିବା ବେଳେ ସହସ୍ରାଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । କିନ୍ତୁ ଆବଶ୍ୟକ ଶ୍ରେଣୀଗୃହ ଅଭାବ ଯୋଗୁ ଅନେକ ସମସ୍ୟା ସୃଷ୍ଟି ହେଉଥିଲା । ଏନେଇ ଅନେକ ଦାବି ହୋଇଥିଲେ ମଧ୍ୟ କୌଣସି ସରକାରୀ ଅନୁଦାନ ନ ମିଳିବାରୁ କଲେଜ କର୍ତ୍ତୃପକ୍ଷ ନିଜ ଉଦ୍ୟମରେ ଏହି ଶ୍ରେଣୀଗୃହ ନିର୍ମାଣ କରିଥିଲେ । ଏବେ କଲେଜରେ ଶ୍ରେଣୀଗୃହ ସଙ୍କଟ କିଛି ମାତ୍ରାରେ ହ୍ରାସ ପାଇବ ବୋଲି ବିଧାୟକ ମତବ୍ୟକ୍ତ କରିଥିଲେ । ଅଧ୍ୟାପକ ରବିନ୍ଦ୍ର କୁମାର ଜେନା ପୂଜାକାର୍ଯ୍ୟ ସମ୍ପାଦନ କରିଥିବା ବେଳେ ଅଧ୍ୟାପକ ରବିନାରାୟଣ ବିଶ୍ୱାଳ, ବିଜୟ ନାୟକ, ବୃନ୍ଦାବନ ଓଝା, ପ୍ରଣୟ ନାୟକ, ମିନତୀ ବେଉରିଆ, ସନାତନ ଖୁଣ୍ଟିଆ, ଲିପ୍ସା ପ୍ରିୟଦର୍ଶିନୀ ବେହେରା, ମହେଶ୍ୱତା ଶର୍ମା, ଦେବହୁତୀ ପଟ୍ଟନାୟକ, ଶାସିକଳା ଦାସ, ଗୌରାଙ୍ଗ ନାୟକ, ନିଲମ ସ୍ୱୟଂ, ଅଜୟ ଦାସ, ବିଶ୍ୱରଂଜନ ଜେନା, ବୀରବର ପ୍ରଧାନ, ମିନତୀ ବାସ୍କେ, ଜ୍ୟୋତିରୁପା ମଲ୍ଲିକ, ଅନନ୍ତ ଚରଣ ବେହେରା, ସନାତନ କର, ଗଙ୍ଗାଧର ପରିଡା, ଅଞ୍ଜନ ମହାନ୍ତି, ଜିତେନ୍ଦ୍ର ବିଶ୍ୱାଳ, ସତ୍ୟାନନ୍ଦ ନାୟକ, ରଘୁନାଥ ରାଉତ, ରଙ୍କ ଜେନା, ସୌଭାଗ୍ୟ ଜେନା, ପ୍ରସାନ୍ତ ମୁଖୀ, କୈଳାସ ମୁଖୀ, ମଞ୍ଜୁ ବେହେରା, ସରିତା ପଣ୍ଡା, ଚକ୍ରଧର ଦାସ, ଜଳଧର ଦାସ, ଅନୀଲ ରାଉତ, ପୂର୍ଣ୍ଣ ଚନ୍ଦ୍ର ବେହେରା ପ୍ରମୁଖ ଅଧ୍ୟାପକ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।


