ହାତଡ଼ିହି ବ୍ଲକରେ ପୁଣି ୨୬ ଆକ୍ରାନ୍ତ

ହାଟଡ଼ିହି,(ଓ୍ବାଇଏନ୍ଏସ୍): ହାଟଡିହି ବ୍ଲକରେ ଆଜି ଗୋଟିଏ ଦିନରେ ୨୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ପ୍ରଥମଥର ପାଇଁ ଢେଙ୍କା ପଞ୍ଚାୟତର କାଳିଆମ୍ବ ଗ୍ରାମରେ ୨୪ଜଣ ଆକ୍ରାନ୍ତ ଅଛନ୍ତି । ସମସ୍ତେ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡିଛି । ସେହିପରି ଅନ୍ୟଜଣେ ସୁଲଣ ପଞ୍ଚାୟତର ହୋଇଥିବା ବେଳେ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତହେଉଛନ୍ତି। ସେହିପରି ଆଉଜଣେ ଅକରୁଆ ପଞ୍ଚାୟତ କାଠିଆସରା ଗ୍ରାମର ହୋଇଥିବା ବେଳେ ତାଙ୍କୁ କୋଭିଡ ହସ୍ପିଟାଲକୁ ପଠାଯାଇଛି।  ଫଳରେ ଆଜି ସୁଧା ବ୍ଲକରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୮୦ରେ ପହଞ୍ଚିଛି । କାଳିଆମ୍ବ ଗ୍ରାମର ଆକ୍ରାନ୍ତ ମାନଙ୍କୁ ସଙ୍ଗମ ସଂଗରୋଧ କେନ୍ଦ୍ରରେ ରଖାଯାଇଛି। ଗତକାଲି ଆକ୍ରାନ୍ତ ମାନେ  ସଂଗରୋଧ କେନ୍ଦ୍ରକୁ  ଆସିବାକୁ ଅରାଜି ହେବାରୁ ହାଟଡ଼ିହି ତହସିଲଦାର, ପୁଲିସ ଓ ସ୍ଵାସ୍ଥ୍ୟ ବିଭାଗର ଅଧିକାରୀମନେ ଦୀର୍ଘ ସମୟ ଧରି ବୁଝାସୁଝା କରିବାପରେ ଯାଇ ସଂଗରୋଧ କେନ୍ଦ୍ରକୁ ଆସିଛନ୍ତି।  ବ୍ଲକ ପ୍ରଶାସନ ପକ୍ଷରୁ ସେମାନଙ୍କୁ ସମସ୍ତପ୍ରକାର ସୁବିଧା ସୁଯୋଗ ଦିଆଯିବାର ବ୍ୟବସ୍ଥା କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ