ହାତରୁ ଲୁଣ ପଡ଼ିଲେ ହୋଇଥାଏ କ୍ଷତି

ଲୁଣ ବିନା ଖାଦ୍ୟର ସ୍ୱାଦ ନାହିଁ । କିନ୍ତୁ ଜାଣିଛନ୍ତି ଲୁଣ ହାତରୁ ପଡ଼ିଗଲେ ଜୀବନରେ କ’ଣ ସମସ୍ୟା ସୃଷ୍ଟି ହୋଇଥାଏ । ବାସ୍ତୁଶାସ୍ତ୍ର ଅନୁସାରେ, ଲୁଣକୁ ଠିକ୍ ଭାବେ ନ ରଖିଲେ ଏହା ଆମ ଜୀବନରେ କୁପ୍ରଭାବ ପକାଇଥାଏ । ଦିଲ୍ଲୀର ବାସ୍ତୁ ବିଶେଷଜ୍ଞ ସରଳା ଚୋପ୍ରାଙ୍କ ମତରେ, ବେଳେବେଳେ ହାତରୁ ଲୁଣ ପଡ଼ିଯାଇଥାଏ । ଏହାକୁ ଆମେ ଏକ ସାଧାରଣ କଥା ବୋଲି ଭାବିଥାଉ । କିନ୍ତୁ ବାସ୍ତୁ ଅନୁସାରେ ଏହା ଅନେକ ସମସ୍ୟା ଆଣିଥାଏ । ଜାଣନ୍ତୁ ଏହା ଦ୍ୱାରା କ’ଣ କୁପ୍ରଭାବ ପଡ଼ିଥାଏ ।
୧. ଅନେକ ଲୋକ ପଡ଼ୋଶୀଙ୍କଠାରୁ ଲୁଣ ମାଗି ଆଣିଥାନ୍ତି । ମାତ୍ର ଏମିତି କରିବା ଦ୍ୱାରା ଘରେ କଳି ସୃଷ୍ଟି ହୁଏ । ଏହା ସହ ନକାରାତ୍ମକ ପ୍ରଭାବ ମଧ୍ୟ ପଡ଼େ ।
୨. କେତେକ ଲୋକ ଖାଇବା ସମୟରେ ଥାଳିରେ ଲୁଣ ଛାଡ଼ିଥାନ୍ତି । ଯାହାକୁ ଫିଙ୍ଗି ଦିଆଯାଇଥାଏ । ଭୁଲରେ ଏମିତି କରିବେ ନାହିଁ । କାରଣ ଏହା ଦ୍ୱାରା ଗରିବ ହୋଇଯିବେ ।
୩. ଲୁଣ ହାତରୁ ପଡ଼ିଗଲେ କେବେ ଏହାକୁ ଗୋଡ଼ରେ ଠେଲି ଦିଅନ୍ତୁ ନାହିଁ । ଏପରି କଲେ ଦୁଃଖ ଭୋଗ କରିବେ ।
୪. ବାସ୍ତୁଶାସ୍ତ୍ର ଅନୁସାରେ ଲୁଣକୁ କେବେ ଖୋଲା ରଖନ୍ତୁ ନାହିଁ । ଏହା ଦ୍ୱାରା ଘରୁ ଲକ୍ଷ୍ମୀ ଛାଡ଼ିଯାଆନ୍ତି ।
୫. ଲୁଣକୁ କେବେ ବି ବାମ ହାତରେ ନିଅନ୍ତୁ ନାହିଁ । ଏହା ଦ୍ୱାରା ମାଆ ଲକ୍ଷ୍ମୀ କୋପ କରିଥାନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ