ହାତୀଓଟ ଉଚ୍ଚ ବିଦ୍ୟାଳୟରେ ନିଯୁକ୍ତି ମେଳା

ପୋଲସରା,(ଅନିଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ହାତୀଓଟ ଉଚ୍ଚ ବିଦ୍ୟାଳୟ ପରିସରରେ ଡିସେମ୍ବର ୧୦ ତାରିଖ ଦିନ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ନିଯୁକ୍ତି ମେଳାକୁ ସ୍ଥାନୀୟ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୋଲସରା ବ୍ଲକ ଅଧ୍ୟକ୍ଷ ବଳରାମ ସେଠୀ, ବିଡ଼ିଓ ଶମ୍ଭୁନାଥ ନନ୍ଦୀ, ସିଡିପିଓ, ଏବିଡ଼ିଓ ପ୍ରମୁଖ ମଞ୍ଚାସିନ ଥିଲେ। ହାତୀଓଟ, ରୁମାଗଡ଼,ବାଲିଛାଇ ଓ ଘୋଡା ପଲାଣ ଏହି ୪ ଗୋଟି ପାଞ୍ଚାୟତର ୩୫ ବର୍ଷରୁ କମ୍ ବୟସର ୧୨୮ ଜଣ ବେକାର ଯୁବକ ଯୁବତୀ ନାମ ପଞ୍ଜୀକୃତ କରିଥିଲେ। ସେମାନଙ୍କ ମଧ୍ୟରୁ ୧୦୪ ଜଣ ମନୋନୀତ ହୋଇଥିବା ବେଳେ ଏହି ମେଳାକୁ ଆସିଥିବା ଓଡ଼ିଶାର ୭ ଗୋଟି କମ୍ପାନୀରେ ନିଯୁକ୍ତି ପାଇବେ। ଅନ୍ୟମାନଙ୍କ ମଧ୍ୟରେ ପୋଲସରା ବ୍ଲକର ବିପିଏମ ସଞ୍ଜୁ ସାହୁ, ପିଙ୍କି ମହାରଣା, ଜ୍ୟୋତ୍ସ୍ନା ଗୌଡ଼, ଓ ଇଲି ପ୍ରଧାନ ପ୍ରମୁଖ ନିଯୁକ୍ତି ମେଳା ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ