ହାତୀଓଟ ଉଚ୍ଚ ବିଦ୍ୟାଳୟରେ ଷ୍ଟେମ ପକ୍ଷରୁ ମେଳା

ପୋଲସରା, (ଅନିଲ କୁମାର ମହାରଣା):ହାତୀଓଟ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଷ୍ଟେମ୍ ଫର ଗାର୍ଲସ ତରଫରୁ ବ୍ଲକ ସ୍ତରୀୟ ସାଇନ୍ସ ଟେକ୍ନୋଲୋଜି ଇଂଜିନିୟରିଂ ମେଥମେଟିକ୍ସ ମେଳା ଅନୁଷ୍ଠିତ ହୋଇଥିଲା । ଏହି ମେଳାରେ ହାତୀଓଟ ନୋଡାଲ ଉଚ୍ଚ ବିଦ୍ୟାଳୟ , ଲିଙ୍ଗରାଜ ବାଳିକା ଉଚ୍ଚ ବିଦ୍ୟାଳୟ ଓ ମା’ଭରlଣ୍ଡୀ ନୋଡାଲ ଉଚ୍ଚ ବିଦ୍ୟାଳୟ ର ଛାତ୍ରଛାତ୍ରୀମାନେ ପ୍ରୋଜେକ୍ଟ ଆଣି ୭ଟି ଷ୍ଟଲ ରେ ପ୍ରଦର୍ଶନ କରିଥିଲେ। ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଛାତ୍ରଛାତ୍ରୀ ମାନଙ୍କୁ ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା, ଯାନ୍ତ୍ରିକ ବିଦ୍ୟା ଓ ଗଣିତ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି କରିବା। ପୋଲସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁରଞ୍ଜନ କୁମାର ସାହୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଏହି ମେଳାର କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ସିଡିପିଓ କୁନ୍ତଳା କୁମାରୀ ନାୟକ, ହାତୀଓଟ ଗଙ୍ଗାଧର ସାହୁ ମହାବିଦ୍ୟାଳୟର ଅଧ୍ୟକ୍ଷା ଯାଞ୍ଜସେନୀ ସାହୁ, ପ୍ରୋଗ୍ରାମ ଅଫିସର ସତ୍ୟନାରାୟଣ ମହାପାତ୍ର ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମା ଶଙ୍କର ଦାଶ ଯୋଗଦେଇଥିଲେ। ଦିପ୍ତିମୟୀ ବାସନ୍ତୀୟା ରୋଲମୋଡେଲ ଭାବରେ ଯୋଗଦେଇ ଆଜିର କାର୍ଯ୍ୟକ୍ରମକୁ ନିଜର ସ୍ମୃତି ଓ ଜଣେ ଝିଅ କିପରି ତାଙ୍କର ସ୍ବପ୍ନ ସାକାର କରିବେ ତାହା ବୁଝାଇ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ ମୁରଲୀଧର ନନ୍ଦ, ଷ୍ଟେମ୍ ର ପବିତ୍ରା କୁମାରୀ ତ୍ରିପାଠୀ, ପ୍ରଗତି ନାୟକ, ପବିତ୍ର ମୋହନ ନାହାକ ଅଙ୍ଗନୱାଡି ସୁପ୍ରଭାଇଜର ଓ ଅଙ୍ଗନୱାଡି କର୍ମୀ ବୃନ୍ଦ ଯୋଗଦେଇଥିଲେ। ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ ସହଯୋଗ କରିଥିଲେ । ଶେଷରେ ନିରାନନ୍ଦ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ