ହାତୀଓଟ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ସ୍ପର୍କ-2024 ଉତ୍ସବ ଅନୁଷ୍ଠିତ

ପୋଲସରା,(ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ହାତୀଓଟ ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ପ୍ରାଙ୍ଗଣରେ ସେପ୍ଟେମ୍ବର ୧୩ ତାରିଖ ଦିନ ଓଡିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ପ୍ରତିଷ୍ଠା ଦିବସ ସ୍ପାର୍କ-୨୦୨୪ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ପ୍ରିନ୍ସପାଲ ତ୍ରିଲୋଚନ ଷଡ଼ଙ୍ଗୀ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ପୋଲସରା ତହସିଲଦାର ରୁବି ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼. ପ୍ରମୋଦ କୁମାର ରଥ ମୁଖ୍ୟ ବକ୍ତା, ହାତୀଓଟ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମା ଶଙ୍କର ଦାଶ ଓ ଶିକ୍ଷାବିତ୍ ମୂରଲୀଧର ନନ୍ଦ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରିନ୍ସପାଲ ଶ୍ରୀ ଷଡଙ୍ଗୀ ହାତୀଓଟ ଆଦର୍ଶ ବିଦ୍ୟାଳୟର ସଫଳତା ବିଷୟରେ ସଂକ୍ଷିପ୍ତ ବିବରଣୀ ଦେବା ସହିତ ଏହି ବିଦ୍ୟାଳୟ ର ଛାତ୍ରଛାତ୍ରୀ କେବଳ ରାଜ୍ୟସ୍ତରରେ ନୁହେଁ ବିଶ୍ୱ ସ୍ତରରେ ମଧ୍ୟ କିପରି ନିଜର ପରିଚୟ ସୃଷ୍ଟି କରିବେ ସେଥିପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେଇଥିଲେ। ଅତିଥିମାନେ ମଧ୍ୟ ଛାତ୍ରଛାତ୍ରୀଙ୍କୁ କିପରି ସୁନାଗରିକ ହେବେ ସେଥିପାଇଁ ଉପଦେଶ ଦେବାସହିତ ବିଦ୍ୟାଳୟର ସଫଳତାକୁ ପ୍ରସଂଶା କରିଥିଲେ। ଏହି ଅବସରରେ ଅତିଥିମାନେ ବିଭିନ୍ନ ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରି ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମକୁ କମ୍ପୁଟର ଶିକ୍ଷକ ସନ୍ତୋଷ କୁମାର ସାହୁ ଓ ଇଂରାଜୀ ଶିକ୍ଷୟତ୍ରୀ ଶ୍ରାବଣୀ ଦାଶ ସଂଯୋଜନା କରିଥିଲେ। ଶେଷରେ ଗଣିତ ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ