ହାତୀଓଟ ଓ.ଏ.ଭି.ରେ ଗଞ୍ଜାମ ଜିଲ୍ଲାପାଳ

ପୋଲସରା,(ଅନିଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଜାନୁୟାରୀ ୭ ତାରିଖ ପ୍ରାୟ ଦିବା ୧୨ ଟା ସମୟରେ ହାତୀଓଟ ଓଡିଶା ଆଦର୍ଶ ବିଦ୍ୟାଳୟ ଗସ୍ତରେ ଆସିଥିଲେ । ଏହି ଆଦର୍ଶ ବିଦ୍ୟାଳୟ ସାରା ଭାରତରେ ଶ୍ରେଷ୍ଠ ବିଦ୍ୟାଳୟ ଭାବେ ୫ମ ସ୍ଥାନ ଅଧିକାର କରିବା ପରେ ଏହାକୁ ଆହୁରି ଆକର୍ଷଣୀୟ କରିବା ପାଇଁ ରାଜ୍ୟ ସରକାର, ପ୍ରଶାସନ ଓ ଲୋକ ପ୍ରତିନିଧିମାନେ ଉଦ୍ୟମ ଜାରି ରଖିଛନ୍ତି । ଆଜି ଏହି ବିଦ୍ୟାଳୟ ପାଇଁ ନାଇଟ୍ ୱାଚ ମ୍ୟାନ ଓ ୱାର୍ଡନ ନିଯୁକ୍ତି ପାଇଁ ବିଦ୍ୟାଳୟର ସଭାଗୃହରେ ଏକ ବୈଠକ ବସି ଆଲୋଚନା ହେବା ସହ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ମଧ୍ୟ ଆଲୋଚନା ହୋଇଥିଲା । ଏହି ବୈଠକରେ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ଙ୍କ ସମେତ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ, ପୋଲସରା ବିଡ଼ିଓ ଶମ୍ଭୁନାଥ ନନ୍ଦୀ, ପୋଲସରା ବିଇଓ ତ୍ରିଲୋଚନ ତ୍ରିପାଠୀ, ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷା ସ୍ମିତା ନାଏକ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ସ୍ଥାନୀୟ ବ୍ୟକ୍ତିଙ୍କୁ ଏହି ଦୁଇ ପଦବୀରେ ନିଯୁକ୍ତି ପାଇଁ ଠିକ କରାଗଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ