ହାତୀଓଟ ଓ.ଏ.ଭି.ରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବ୍ଳକର ହାତୀଓଟ ଗ୍ରାମସ୍ଥ ଓଡିଶା ଆଦର୍ଶ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଡିସେମ୍ବର ୧୦ ଓ ୧୧ ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି। ଏହି କ୍ରୀଡା ଉତ୍ସବର ଉଦଘାଟନୀ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରିନ୍ସପାଲ ତ୍ରିଲୋଚନ ଷଡଙ୍ଗୀ ଅଧ୍ୟକ୍ଷତା କରିଥିବା ବେଳେ ପୋଲସରା ବାର ଏସୋସିଏସନର ସଭାପତି ସୁଶାନ୍ତ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ବିଦ୍ୟାଳୟର ପ୍ରିନ୍ସପାଲ ଶ୍ରୀ ଷଡଙ୍ଗୀ ପାଠପଢା ବ୍ୟତୀତ କ୍ରୀଡ଼ାରେ ନିଜର ପାରଙ୍ଗମତା ଦର୍ଶାଇ ଜାତୀୟ ସ୍ତରରେ ପରିଚୟ ସୃଷ୍ଟି କରିବା ପାଇଁ ପରାମର୍ଶ ଦେଇଥିଲେ। ବିଦ୍ୟାଳୟର କ୍ରୀଡା ଶିକ୍ଷକ କୃଷ୍ଣ ଚନ୍ଦ୍ର ସାହୁ ଛାତ୍ରଛାତ୍ରୀଙ୍କୁ କ୍ରୀଡ଼ାଭିମୁଖୀ କରିବା ପାଇଁ ପୂର୍ବରୁ ତାଲିମ ଦେଇ ଥିଲେ। ଏଥିରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ସହଯୋଗ କରିଥିଲେ। ୧୦୦ ମିଟର ଓ ୨୦୦ ମିଟର ଦୌଡ଼, ଲମ୍ବା ଡିଆଁ, ଖୋ ଖୋ, ଫୁଟବଲ୍, ଡିସକସ , ସଟପୁଟ, ଜାଭେଲିନ ପ୍ରଭୃତି କ୍ରୀଡା ପ୍ରଟିଯୋଗୀତାରେ ବହୁ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଡିସେମ୍ବର ୧୧ ତାରିଖ ପୁରସ୍କାର ବିତରଣ ଉତ୍ସବରେ ସରପଞ୍ଚଙ୍କ ପ୍ରତିନିଧି ସୁଶାନ୍ତ କୁମାର ସାହୁ ମୁଖ୍ୟ ଅତ୍ତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପୋଲସରା ବ୍ଲକର ହାତୀଓଟ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମା ଶଙ୍କର ଦାଶ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ସହ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ। ବାର୍ଷିକ କ୍ରୀଡା ପ୍ରତିଯୋଗିତାରେ ଚମ୍ପିୟାନ ଏକାଦଶ ଶ୍ରେଣୀର ଦୀପକ ପ୍ରଧାନଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ। କାର୍ଯ୍ୟକ୍ରମକୁ କମ୍ପୁଟର ଶିକ୍ଷକ ସନ୍ତୋଷ କୁମାର ସାହୁ ସଂଯୋଜନା କରିଥିଲେ। ଶେଷରେ ପଦାର୍ଥ ବିଜ୍ଞାନ ଶିକ୍ଷକ ପ୍ରମୋଦ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ