ହାତୀଓଟ-କବିସୂର୍ଯ୍ୟନଗର ରାସ୍ତା ଉନ୍ନତି କରଣର ଭିତ୍ତିପ୍ରସ୍ତର ସ୍ଥାପନ 

ବୁଗୁଡ଼ା, (ଅନିଲ କୁମାର ମହାରଣା) : ହାତୀଓଟ – କବିସୂର୍ଯ୍ୟନଗର ଭାୟା କଳମ୍ବ, ଜେ.ଡେଙ୍ଗାପଦର, ମର୍ଦ୍ଦରାଜପୁର ରାସ୍ତାର ଉନ୍ନତି କରଣ ପାଇଁ ନଭେମ୍ବର ୧୨ ତାରିଖ ଦିନ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି। ଆସିକା ଲୋକସଭା ସଦସ୍ୟା ପ୍ରମିଳା ବିଷୋୟୀ ଓ ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଉଭୟ ମିଳିତ ଭାବେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ବେଳେ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ଅରବିନ୍ଦ ସ୍ବାଇଁ ଓ କନିଷ୍ଠ ଯନ୍ତ୍ରୀ ଇଂ.ସଞ୍ଜୟ ଶଙ୍କର ଟୁଡୁ ଉପସ୍ଥିତ ରହିଥିଲେ । ଏହି ୩.୭୦୦ କିମି ରାସ୍ତା ନିର୍ମାଣ ପାଇଁ ୧ କୋଟି ୫୭ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ ରାସ୍ତା ନିର୍ମାଣ ପରେ କବିସୂର୍ଯ୍ୟନଗର ଯିବାପାଇଁ ଦୂରତା ବହୁତ କମ ହୋଇଯିବ। କାର୍ଯ୍ୟକ୍ରମରେ ସ୍ଥାନୀୟ ଲୋକପ୍ରତିନିଧିଙ୍କ ସମେତ ବହୁ ଅଞ୍ଚଳବାସୀ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ