ହାତୀଓଟ ନୋଡାଲ ହାଇସ୍କୁଲରେ ସୁନେତ୍ର କାର୍ଯ୍ୟକ୍ରମ
ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ହାତୀଓଟ ନୋଡାଲ ହାଇସ୍କୁଲରେ କଳମ୍ବ ଓ ହାତୀଓଟ କ୍ଳଷ୍ଟରର ଛାତ୍ରଛାତ୍ରୀଙ୍କୁ ନେଇ “ସୁନେତ୍ର” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉଭୟ କ୍ଳଷ୍ଟରରୁ ୩୧୬ ଜଣ ଛାତ୍ରଛାତ୍ରୀ ଭାଗ ନେଇ ଚକ୍ଷୁ ପରୀକ୍ଷା କରାଇଥିଲେ । ସେଥି ମଧ୍ୟରୁ ୯୮ଜଣଙ୍କୁ ଚଷମା ପ୍ରଦାନ କରାଯାଇଥିଲା ଓ ୧୭ଜଣଙ୍କୁ ଅଧିକ ଚିକିତ୍ସା ପାଇଁ ଡାକ୍ତରଖାନାକୁ ଯିବା ପାଇଁ ପରାମର୍ଶ ଦିଆଯାଇଥିଲା। ଚକ୍ଷୁ ବିଶେଷଜ୍ଞ ଡାକ୍ତର ଏସ୍ ସୀତାରାମ, ଏ. ଏନ. ଆଚାରୀ, ଭବାନୀ ଶଙ୍କର ପାତ୍ର, ସୁଧାଂଶୁ ପାଳ ଓ ଶ୍ରୁତି ସାହୁ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କ ଚକ୍ଷୁ ପରୀକ୍ଷା କରିଥିଲେ। ପୋଲସରା ବ୍ଳକ ଶିକ୍ଷା ଅଧିକାରୀ ପିଣ୍ଟୁ କୁମାର ପ୍ରଧାନ ଯୋଗଦେଇ କାର୍ଯ୍ୟକ୍ରମ ପରିଦର୍ଶନ କରିଥିଲେ। ଏଥିରେ ବ୍ଳକ୍ର ଆଇ ଭଲ୍ୟଉଣ୍ଟରମାନେ ସହଯୋଗ କରିଥିଲେ। ପ୍ରଧାନ ଶିକ୍ଷକ ଶ୍ରୀ ଉମା ଶଙ୍କର ଦାସଙ୍କ ସହିତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ ସହଯୋଗ କରିଥିଲେ।