ହାତୀଓଟ ଶିଶୁ ମନ୍ଦିରର ୧୧ ତମ ବାର୍ଷିକ ଉତ୍ସବ
ବୁଗୁଡା , (ଯୁଗାଦ୍ଦ ନ୍ୟୁଜ) : ହାତୀଓଟ ମା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଏକାଦଶ ତମ ବାର୍ଷିକ ଉତ୍ସବ ସୋମବାର ଦିନ ଅନୁଷ୍ଟିତ ହୋଇଯାଇଛି। ଏହି ଉତ୍ସବକୁ ପୋଲସରା ବିଧାୟକ ତଥା ଗଂଜାମ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଶିଶୁ ମନ୍ଦିରର ସଭାପତି ଗଙ୍ଗାଧର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଟିତ ଏହି ଉତ୍ସବରେ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୋନମ ପୋଲାଇ,ବିଡ଼ିଓ ଶମ୍ଭୁନାଥ ନନ୍ଦି, ବିଇଓ ତ୍ରିଲୋଚନ ତ୍ରିପାଠୀ, ସମ୍ପାଦକ ସନ୍ତୋଷ କୁମାର ପାତ୍ର, କୋଷାଧ୍ୟକ୍ଷ କୁମୁଦ ଚନ୍ଦ୍ର ଦାଶ ଓ ମୁଖ୍ୟବକ୍ତା ଭାବେ ମୁରଲୀଧର ନନ୍ଦ ଯୋଗ ଦେଇଥିଲେ।ଶିକ୍ଷାନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ପୂର୍ଣ୍ଣଚନ୍ଦ୍ର ନନ୍ଦଙ୍କ ସଂଯୋଜନାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଗୁରୁମା ଓ ଗୁରୁଜୀ ବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ। କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀ ଓ ଛାତ୍ରମାନଙ୍କୁ ଅତିଥିବୃନ୍ଦଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଥିଲା।ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।


