ହାତୀପଲ ଆକ୍ରମଣରେ ଦୁଇ ଆହତ, ଜଣେ ଗୁରୁତର

ବୁଗୁଡା (ଅନିଲ ମହାରଣା): ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ ବୁଗୁଡା ବନାଞ୍ଚଳର ଭାଗବାନପୁର ସେକ୍ସନରେ ୧୦ ଥକିଆ ହାତୀପଲ ଆକ୍ରମଣରେ ଅରଖପୁର ଗ୍ରାମର ଦୁଇ ଜଣ ଯୁବକ ଆହତ ହୋଇ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର ହୋଇଥିବା ଜଣାପଡିଛି। ଘଟଣାରୁ ଜଣାପଡିଛି ଯେ ବୁଗୁଡା ବ୍ଳକ ଅନ୍ତର୍ଗତ ଅରଖପୁର ଗ୍ରାମର ସୁଶାନ୍ତ କୁମାର ଦଳାଇ ଓ ମନୋଜ କୁମାର ପ୍ରଧାନ ବାଇକ ଯୋଗେ କିରିଆମ୍ବା ଜଙ୍ଗଲ ରାସ୍ତା ଦେଇ ଜୁଲାଇ ୫ ତାରିଖ ସନ୍ଧ୍ୟା ପ୍ରାୟ ୭ ଟା ସମୟରେ ଫେରୁଥିବା ବେଳେ ହାତୀପଲ ଦ୍ୱରା ଆକ୍ରମଣର ସମ୍ମୁଖୀନ ହୋଇଥିଲେ। ହାତୀ ସେ ଦୁହିଁଙ୍କୁ ଶୁଣ୍ଢରେ ଟେକି ଫୋପାଡ଼ି ଦେବା ଯୋଗୁଁ ଦୁହେଁ ଆହତ ହୋଇ ପଡ଼ିଥିବା ବେଳେ ଖବର ପାଇ ବନବିଭାଗ କର୍ମଚାରୀ ବୃନ୍ଦ ଦୁଇ ଆହତ ଯୁବକଙ୍କୁ ଉଦ୍ଧାର କରି ବୁଗୁଡା ମେଡିକାଲ କୁ ଆଣିଥିଲେ। ସୁଶାନ୍ତ ଦେଲେଇଙ୍କ ଦୁଇହାତ ଓ ଅଣ୍ଟାରେ ଗୁରୁତର ଆହତ ହୋଇଥିବା ଓ ମନୋଜ ମଧ୍ୟ ଆହତ ହୋଇଥିବା ଯୋଗୁଁ ଦୁହିଁଙ୍କ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଡାକ୍ତର ସାର୍ଥକ ସଂକେତ ବିଶ୍ୱାଳ ପ୍ରକାଶ କରିଛନ୍ତି। ହାତୀପଲରେ ଗୋଟିଏ ଦନ୍ତା, ଦୁଇଟି ଛୁଆ ଓ ସାତଟି ମାଈ ହାତୀ, ଏହିପରି ମୋଟ ୧୦ ଟି ହାତିଥିବା ଆହତ ମନୋଜ ପ୍ରକାଶ କରିଛନ୍ତି। ଏହି ହାତୀପଲ ନୟାଗଡ଼ ଅଞ୍ଚଳରୁ ଭାଗବାନପୁର ସେକ୍ସନକୁ ଆସିଥିଲେ ମଧ୍ୟ ବୁଗୁଡା ବନାଞ୍ଚଳ ଅଧିକାରୀ ପେଟ୍ରୋଲିଂ ବ୍ୟବସ୍ଥା ଓ ଜନସଚେତନତା କରିବାରେ ଅବହେଳା ପ୍ରଦର୍ଶନ କରିଥିବା ଯୋଗୁଁ ଦୁଇ ଯୁବକ ଗୁରୁତର ଆହତ ହୋଇଥିଲେ ମଧ୍ୟ ମୃତ୍ୟୁ ମୁଖରୁ ବର୍ତ୍ତିଯାଇଥିବା ଲୋକମାନେ ମତ ପ୍ରକାଶ କରିଛନ୍ତି। ବିଭିନ୍ନ ସମୟରେ ବୁଗୁଡା ବନାଞ୍ଚଳ ଅଧିକାରୀ ବିଭିନ୍ନ କାରଣ ଯୋଗୁଁ କାର୍ଯ୍ୟରେ ଅବହେଳା କରୁଥିବା ଶୁଣାଯାଉଛି। ବାର୍ଦ୍ଧକ୍ୟ ଓ ସ୍ୱାସ୍ଥ୍ୟ ଗତ କାରଣରୁ ବନାଞ୍ଚଳ ଅଧିକାରୀ ଦକ୍ଷତା ପ୍ରଦର୍ଶନ କରିବାରେ ଅକ୍ଷମ ବୋଲି ଲୋକେ କହୁଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ