ହାତୀପଲ ଉଜାଡ଼ି ଦେଲେ ଦୁଇ ଚାଷୀଙ୍କ ଫସଲ

ବୁଗୁଡା (ଅନିଲ କୁମାର ମହାରଣା) ବୁଗୁଡା ତହସିଲ ଅନ୍ତର୍ଗତ ବେଲୁଗାଁ ମୌଜାରେ ଥିବା ମାଣିତରା ଗ୍ରାମର ଦୁଇ ଭାଇଙ୍କ ସାଢ଼େ ଚଉଦ ଏକର ଚାଷ ଜମିର ଫସଲକୁ ପ୍ରାୟ ୧୫ ରୁ ଉର୍ଦ୍ଧ୍ବ ହାତୀ ପଲ ନଷ୍ଟ କରି ଦେଇଥିବା ବେଳେ ଦୁଇ ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି। ମାଣିତରା ଗ୍ରାମର ସୀମାଞ୍ଚଳ ପ୍ରଧାନ ଓ ଅନିଲ କୁମାର ପ୍ରଧାନ ଉଦ୍ୟାନ ଓ କୃଷି ବିଭାଗ ସହାୟତାରେ ବେଲୁଗାଁ ମୌଜାରେ ଥିବା ଦୁହିଁଙ୍କ ସାଢ଼େ ୧୪ ଏକର ଜମିକୁ ତାରବାଡ଼ କରି ଜମି ମଧ୍ୟରେ ଏକ ବିରାଟ କୂପ ଖନନ କରି ବିଭିନ୍ନ ଗଛ ଲଗାଇବା ସହ ପନିପରିବା ଚାଷ କରିଥିଲେ । ଭଲ ଫସଲ ହୋଇଥିବା ଯୋଗୁଁ ବହୁତ ଆଶା କରିଥିଲେ। ମାତ୍ର ବିଗତ ରାତ୍ରରେ ୧୫ ରୁ ଉର୍ଦ୍ଧ୍ବ ଥିବା ଏକ ହାତୀ ପଲ ପାଦରେ ଠେଲି ତାରବାଡ଼ ଭାଙ୍ଗି ଚାଷ ଜମିରେ ପଶି ବୋଇତି କଖାରୁ,ବିନସ, କୋବି, କନ୍ଦମୂଳ, ବାଇଗଣ,ଟମାଟ ପ୍ରଭୃତି ଫସଲ ଖାଇ ଦଳାଚକଟା କରି ସମ୍ପୂର୍ଣ ନଷ୍ଟ କରିବା ସହ ଆମ୍ବ, କାଜୁ,ଅମୃତ ଭଣ୍ଡା ପ୍ରଭୃତି ଗଛ ଗୁଡିକୁ ଭାଙ୍ଗି ଉପାଡି ଦେଇଥିବା ଦେଖବାକୁ ମିଳିଛି। ଦୁଇ ଚାଷୀ ବୁଗୁଡା ବନାଞ୍ଚଳ ଅଧିକାରୀଙ୍କୁ ଦାବୀ ଜଣାଇବା ପରେ କ୍ଷୟକ୍ଷତିର ଆକଳନ ପାଇଁ ସେ ପଞ୍ଚଭୂତି ବନପାଳ ଓ ବନରକ୍ଷୀଙ୍କୁ ପଠାଇଥିବା ଜଣାପଡିଛି। ତୁରନ୍ତ ଉପଯୁକ୍ତ କ୍ଷତିପୂରଣ ଅର୍ଥ ପ୍ରଦାନ କରିବାବୁ ଦୁଇ ଚାଷୀ ଦାବୀ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ