ହାତୀପଲ ଦ୍ୱାରା ବ୍ୟାପକ ଧାନ ଫସଲ ନଷ୍ଟ
ବୁଗୁଡା,(ଯୁଗାବ୍ଦ ନ୍ୟୁଜ୍): ବୁଗୁଡା ବନାଞ୍ଚଳ,ମାଣିତରା ସେକ୍ସନ ଅନ୍ତର୍ଗତ ମାଣିତରା ପଞ୍ଚାୟତର ବିଭିନ୍ନ କ୍ଷେତମାଳରେ ବନ୍ୟଜନ୍ତୁ ହାତୀପଲ ଦ୍ୱାରା ବ୍ୟାପକ ଧାନ ଫସଲ ନଷ୍ଟ ହୋଇଥିବା ବେଳେ କୃଷକମାନେ ମୁଣ୍ଡରେ ହାତ ଦେଇ ବସିଥିବା ଜଣାପଡିଛି।ମାଣିତରା ଗ୍ରାମର ନୁହାଣା କ୍ଷେତମାଳରେ ହାତୀପଲ ପଶି ରାଜୁ ରଣାଙ୍କ ପ୍ଲଟ ନଂ ୪୨୨/୫୭୪୯ ସମେତ ଅନ୍ୟାନ ଚାଷୀ ମାନଙ୍କ ପ୍ରାୟ ଏକ ଏକରରୁ ଅଧିକ ପାଚିଲା ଧାନ ଫସଲକୁ ଖାଇ ଦଳା ଚକଟା କରି ସମ୍ପୂର୍ଣ୍ଣ ଭାବେ କ୍ଷତି କରିଥିବା ଦେଖିବାକୁ ମିଳିଛି।କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ବନ ବିଭାଗ ପକ୍ଷରୁ କ୍ଷତିପୂରଣ ଅର୍ଥ ପ୍ରଦାନ କରିବାକୁ ଦାବୀ ହୋଇଛି।