ହାତୀ ଆକ୍ରମଣରେ ଚାଷୀ ମୃତ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ଼ ରେଞ୍ଜର ଗୁଣ୍ଡୁରୀବାଡ଼ି ନିକଟରେ ହାତୀ ଆକ୍ରମଣରେ ଗ୍ରାମର ଚାଷୀ ଟୁନା ଗୌଡ଼ (୫୫) ମୃତ୍ୟୁ ଘଟିଛି। ଘଟଣା ପ୍ରକାରେ,ମୁଜାଗଡ଼ ରେଞ୍ଜରେ ୧୭ ଟିକିଆ ହାତୀପଲର ଉପଦ୍ରବ ଜାରି ରହିଥିବା ବେଳେ ଏହି ପଲ ଗତକାଲି ରାତିରେ ଗୁଣ୍ଡୁରୀବାଡ଼ି ଗ୍ରାମ ଅଭିମୁଖେ ଆସିଥିଲେ। ଗ୍ରାମର କିଛି ଲୋକଙ୍କ ସହ ଟୁନା ମଧ୍ୟ ରାତ୍ର ୮ ଟା ସମୟରେ ନିଜ ଧାନ କ୍ଷେତ ଜଗିବାକୁ ଯାଇଥିଲେ। ସେଥି ଏକ ଦନ୍ତାହାତୀ ଆକ୍ରମଣର ଶିକାର ହୋଇଥିଲେ ଟୁନା । ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି। ବାରମ୍ବାର ହାତୀ ଉପଦ୍ରବ ଉକ୍ତ ଅଂଚଳରେ ଲାଗି ରହିଥିବା ବେଳେ ବର୍ତ୍ତମାନ ଧାନ ଫସଲ ସୁରକ୍ଷା ଚିନ୍ତା ଓ ହାତୀ ମଣିଷ ଲଢେଇ ରେ ଜୀବନ ଯିବା ବନ ବିଭାଗର ଚିନ୍ତା ବଢ଼ାଇ ଦେଇଛି। ଘଟଣା ସ୍ଥଳରେ ଚାପା ଉତେଜନା ଲାଗି ରହିଥିବା ବେଳେ ବନ ବିଭାଗ କର୍ମଚାରୀ ପହଂଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ