ହାତୀ ଆକ୍ରମଣରେ ଡଙ୍ଗରିଆ ଯୁବକ ମୃତ୍ୟୁ

ରାୟଗଡ଼ା,(ଦୁର୍ଗା ପ୍ରସାଦ ପାଢୀ):ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାର୍ଶାଲି ପଞ୍ଚାୟତ ଓ ମୁନିଗୁଡା ବ୍ଲକ ଶିବପଦର ପଞ୍ଚାୟତର ନିୟମଗିରି ପାହାଡ ସୀମାନ୍ତ ରେ ଦାନ୍ତ ହାତୀ ଆକ୍ରମଣରେ ଡଙ୍ଗରିଆ ଯୁବକ ଭଅଁରା କୁଟ୍ରୃକା (୧୮)ମୃତ୍ୟୁ ହୋଇଥିବା ଜଣାପଡିଛି ।ସୂଚନାଅନୁଯାୟୀ ଗତ କାଲି ଶୁକ୍ରବାର ସନ୍ଧ୍ୟା ସମୟରେ ଶିଵପଦର ପଞ୍ଚାୟତର ବାଞ୍ଜେଲିକାଖମ୍ବେସ ଗ୍ରାମରୁ ପାର୍ଶାଲି ପଞ୍ଚାୟତ ର ଲାଖପଦର ରେ ରହୁଥିବା ମାଉସୀ ମାଧବ କୁଟ୍ରୃକା ଘରକୁ ଆସୁଥିବା ଧରିଥିବା ମୋବାଇଲ ଆଲୁଅରେ ବେଳେ ନିୟମଗିରି ପାହାଡ ଦେଇ ଆସୁଥିଲା ।ନିୟମଗିରି ପାହାଡ ରେ ହାତୀ ଥିବା ଜାଣି ନ ପାରି ଯୁବକ ଟି ହାତୀର ନିକଟତର ହୋଇଯାଇଥିଲା ।ଯାହାଫଳରେ ଦାନ୍ତ ହାତୀ ଧରିଥିବା ଗଛ ସହ ଯୁବକକୁ ଧରି ବୁଲାଇ କଚାଡି ଦେଇଥିଲା । ଭଅଁରା ଗୁରୁତ୍ୱ ଆହତ ହୋଇ ପ୍ରାଣ ଭୟରେ ପାଟି କରିଥିଲା ।ଉକ୍ତ ପାଟି ଶୁଣି ନିକଟରେ କାମକରୁଥିବା ନିୟମଗିରି ଆବାହକ ଲଦ ସିକକା , ଦଧି ଜାକେସିକା ଓ ବଦ ଜାକେସିକା ତିନି ଜଣ ପାହାଡ଼ ଚଡି ଭଅଁରା କୁ ପ୍ରାୟ ୧ କିମି ଦୂରରେ କରିଥିବା କୁଡ଼ିଆ କୁ ବୋହି ଆଣି ଥିଲେ ।ସେହିଠାରେ (ତାଲୁ)ଭଅଁରା କୁ ପାଣି ଓ ମାଣ୍ଡିଆ ଯାଉ ପିଆଇଥିଲେ । ଭଅଁରା ଦାନ୍ତ ହାତୀ କଚାଡି ଦେଇଥିବା ବୋହି ଆଣିଥିବା ଡଙ୍ଗରିଆ ଙ୍କୁ କହିଥିବା ଡଙ୍ଗରିଆ ମାନେ କହିଥିଲେ । ।ଉକ୍ତ ଖବର କଲ୍ୟାଣସିଂହପୁର ଓ ମୁନିଗୁଡା ରେଞ୍ଜ ଖବର ପାଇ ନିୟମଗିରି ପାହାଡ କୁ ଯାଇ ଶବ ଜବତ କରି ଅପମୃତ ମାମଲା ରୁଜୁ କରିଥିଲେ ।ଏହି ଲୋକଟି ମୁନିଗୁଡା ରେଞ୍ଜ ରେ ରହିଥିବାରୁ ମୃତ ଶରୀର ଉକ୍ତ ଅଞ୍ଚଳ ନେଇ ଶବ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରିଥିଲେ ।ଏଥିରେ କଲ୍ୟାଣସିଂହପୁର ରେଞ୍ଜର ଚନ୍ଦନ ଗମାଙ୍ଗ ,ମୁନିଗୁଡା ରେଞ୍ଜର ଅନୀଲ କୁମାର ବଳ ,ବନପାଳ ପ୍ରମୋଦିନି ମାଣ୍ଡାଙ୍ଗି ,ବନରଖି ସୂର୍ଯ୍ୟ ପ୍ରକାଶ ପଟ୍ଟନାୟକ, ତେଜସ୍ୱିନୀ ସାହୁ ,ଅକ୍ଷୟ ମିଶ୍ର ,ରାନିତ ମହାରଣା ,ପାରାଗାର୍ଡ ସମେତ ପାର୍ଶାଲି ପୂର୍ବତନ ସରପଞ୍ଚ ବାମ କାଡ୍ରାକା ,ସମିତି ସଭ୍ୟ ବିକାଶ ବାଗ , ବନପାଳ ପ୍ରଦୀପ କୁମାର ଜେନା ମୁନିଗୁଡା ର ବିଜେପି ଦଳର ଅବିସି ରାଜ୍ୟ ଉପସଭାପତି ରାମଚନ୍ଦ୍ର ବେହେରା ,ବିଜେପି ଦଳର ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନୁଣ୍ଡୃକା ଉପସ୍ଥିତ ରହି ମୃତ ପରିବାରକୁ କିପରି କ୍ଷତିପୂରଣ ମିଳିପାରିବ ସେବିଷୟରେ ଆଲୋଚନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ