ହାତୀ ଆକ୍ରମଣରେ ବୃଦ୍ଧା ମୃତ
ଅନୁଗୋଳ, :ଅନୁଗୋଳ ଜିଲ୍ଲା ଛେଣ୍ଡିପଦା କୋଇଲା ଖଣି ଅଞ୍ଚଳରେ ମଙ୍ଗଳବାର ଜନୈକ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି କ୍ଷ ପ୍ରାପ୍ତ ସୂଚନା ମୁତାବକ ସେ ଛେଣ୍ଡିପଦା ପଞ୍ଚାୟତ ତାଳବୁରୀ ସାହିର ଲବଙ୍ଗ ପ୍ରଧାନ କ୍ଷ ଲବଙ୍ଗ ପ୍ରଧାନ ସକାଳେ ଉକ୍ତ ସ୍ଥାନକୁ ମହୁଲ ଗୋଟେଇବାକୁ ଯାଇଥିବା ବେଳେ ଗୋଟେ ଦନ୍ତାହାତୀ ର ଆକ୍ରମଣ ର ଶିକାର ହୋଇଥିଲେ କ୍ଷ ହାତୀ ତାଙ୍କୁ ଶୁଣ୍ଢରେ ଟେକି କଚାଡ଼ିବା ଦ୍ଵାରା ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି କ୍ଷ ବନ ବିଭାଗ ସେଠାରେ ପହଞ୍ଚି ମୃତକର ପରିବାର ସହିତ କ୍ଷତି ପୂରଣ ନିମନ୍ତେ ଆଲୋଚନା ଜାରି ରଖିଥିବା ଜଣା ପଡିଛି l


