ହାତୀ ଉଜାଡ଼ିଲେ ଧାନ ଫସଲ
ଦଶପଲ୍ଲା (ଜୁଗାବ୍ଦ ନ୍ୟୁଜ୍): ଦଶପଲ୍ଲା ବନାଞ୍ଚଳ ଅଧିନସ୍ଥ ସାକେଣି ସେକ୍ସନର କନ୍ଧନୂଆସାହି ଗ୍ରାମରେ ହାତୀ ଉପଦ୍ରବ ହେତୁ ଧାନ ଫସଲ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି । ଗତ ଦୁଇ ଦିନ ହେଲା ଏହି ହାତୀପଲ୍ଲ ଗାଁ ନିକଟକୁ ଆସି ଏଭଳି ନଷ୍ଟ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ହାତୀପଲ୍ଲରେ ୧୨ଟି ହାତୀ ରହିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ଏହି ହାତୀ ଉପଦ୍ରବରେ ଗ୍ରାମର ପୁରେନ୍ଦ୍ର ଜାନୀ ଓ ତ୍ରିନାଥ ଜାନୀଙ୍କ ଧାନ ଫସଲ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି । ଖବର ପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ଏ ସମ୍ପର୍କରେ ବନପାଳ ମନୋଜ ପ୍ରଭାକର ସାହୁ ଓ ବନାଞ୍ଚଳ ଅଧିକାରୀ ସୋମନାଥ ନାୟକ କହିଛନ୍ତି ହାତୀଙ୍କ ଗତିବିଧି ଉପରେ ନଜର ରଖାଯାଇଛି । ବାଣ ଫୁଟାଯିବା ସହ ଚାଷୀଙ୍କ ଫସଲ ଯେପରି ନଷ୍ଟ ନହୁଏ ସେଥିପ୍ରତି ନଜର ଦିଆଯାଇଥିବା ସେ କହିଛନ୍ତି ।