ହାତୀ ସୁରକ୍ଷା ପାଇଁ ଗାଇଡଲାଇନ ଜାରି
ଭୁବନେଶ୍ୱର: ସୁରକ୍ଷିତ ହାତୀ ଚଳପ୍ରଚଳ ନେଇ ବନ ବିଭାଗ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । ଏନେଇ ଅତିରିକ୍ତ ପିସିସିଏଫ ସବୁ ଡିଏଫଓଙ୍କୁ ଗାଇଡଲାଇନ ପ୍ରଦାନ କରିଛନ୍ତି । ତଦନୁଯାୟୀ ହାତୀ ଗତିବିଧି ଦେଖି ଦୈନିକ ରିପୋର୍ଟ ଦେବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ଫରେଷ୍ଟ ଗାର୍ଡରୁ ପିସିସିଏଫ ପର୍ଯ୍ୟନ୍ତ ସମନ୍ୱୟ ନେଇ ଗାଇଡଲାଇନରେ ବ୍ୟବସ୍ଥା କରାଯାଇଛି । ଫରେଷ୍ଟର ନିଜ ଅଞ୍ଚଳରେ ହାତୀ ସ୍ଥିତି ନେଇ ରେଞ୍ଜରଙ୍କୁ ଦୈନିକ ଜଣାଇବେ ବୋଲି ଗାଇଡଲାଇନ ଜାରି କରାଯାଇଛି । ହାତୀ ଗତିବିଧି ନେଇ ରେଞ୍ଜସ୍ତରରେ ମନିଟରିଂ ବ୍ୟବସ୍ଥା କରାଯିବ । ଡିଭିଜନସ୍ତରରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯିବାକୁ ଥିବାବେଳେ ଜଣେ ଏସିଏଫ ଏହି ଦାୟିତ୍ୱରେ ରହିବେ ବୋଲି ଜଣାଯାଇଛି ।