ହାତ ଆଙ୍ଗୁଠିରୁ ଜାଣନ୍ତୁ ବ୍ୟକ୍ତିର ସ୍ୱଭାବ

କିଏ କେମିତି ଲୋକ ସାଧାରଣତଃ କିଛି ଦିନ ମିଳାମିଶା କଲା ପରେ ଜଣାପଡେ । କାରଣ ଏମିତି କିଛି ଲୋକ ଅଛନ୍ତି ମଧୁର କଥା କୁହନ୍ତି, କିନ୍ତୁ ପଛରେଆଗରେ ଆପଣଙ୍କ ବିରୋଧରେ ଗପନ୍ତି । ତେଣୁ କାହାକୁ କେବେ ତାର ସ୍ୱଭାବ ସମ୍ପର୍କରେ ଆନ୍ଦାଜ ଲଗାଇବା ସବୁବେଳେ ଠିକ୍ ହୋଇନଥାଏ । ତଥାପି ବ୍ୟକ୍ତିର ଶରୀର ଗଠନ, ଚାଲିଚଳନ ଓ ଅଙ୍ଗପ୍ରତ୍ୟଙ୍ଗ ଗଢ଼ଣରୁ ତାର ସ୍ୱଭାବ ଓ ଚରିତ୍ର ବିଷୟରେ ଜାଣିହୁଏ ବୋଲି କୁହାଯାଏ । ତାହା ହେଲେ ଆଜି ଆସନ୍ତୁ ଜାଣିବା ହାତର ଆଙ୍ଗୁଠିରୁ କିପରି ଜାଣି ହୁଏ ବ୍ୟକ୍ତିର ସ୍ୱଭାବ ।
ସିଧା ଆଙ୍ଗୁଠି:ଏହି ଆକୃତିର ଆଙ୍ଗୁଠି ଥିବା ବ୍ୟକ୍ତି ମନ କଥା ବାହାରକୁ ପ୍ରକାଶ କରନ୍ତି ନାହିଁ । ଏମାନେ ବେଶି ମିଳାମିଶା କରିବାକୁ ପସନ୍ଦ କରନ୍ତି ନାହିଁ । ଏମାନେ ବେଶ ଭାବନ୍ତି । ମିଛ କହନ୍ତି ନାହିଁ କି ମିଛ କହୁଥିବା ଲୋକଙ୍କୁ ପସନ୍ଦ କରନ୍ତି ନାହିଁ । ଏମାନେ ଭାରି ଖୁସ ମିଜାଜ । ଏମାନଙ୍କ ମୁହଁରେ ସବୁବେଳେ ହସ ଥାଏ । ଏମାନେ କାହା ସହିତ ବେଇମାନ କରନ୍ତି ନାହିଁ ।
ବଙ୍କା ଆଙ୍ଗୁଠି:ଏହି ଆକୃତିର ଆଙ୍ଗୁଠି ଥିବା ବ୍ୟକ୍ତି ବହୁତ ନିଷ୍ଠାବାନ । ପ୍ରେମ କ୍ଷେତ୍ରରେ ଏମାନେ ପକ୍କା । ସମସ୍ତେ ଧ୍ୟାନ ଏମାନେ ଭଲ ପାଉଥିବା ବ୍ୟକ୍ତିଙ୍କୁ ଦେବାକୁ ଚାହାଁନ୍ତି । ଏମାନେ ବହୁତ ସମ୍ବେଦନଶୀଳ ସ୍ୱଭାବର । ଅନ୍ୟମାନଙ୍କ ଭାବନାକୁ ଏମାନେ ସମ୍ମାନ କରନ୍ତି । ଏମାନେ ଥରେ କିଛି କରିବାର ନିଷ୍ପତ୍ତି ନେଲେ ତାହାକୁ ଶେଷ କରିବା ପାଇଁ ଲାଗି ପଡନ୍ତି ।
ଢେଉ ଆକୃତିର ଆଙ୍ଗୁଠି: ଏହି ଆକୃତିର ଆଙ୍ଗୁଠି ଥିବା ବ୍ୟକ୍ତିଙ୍କୁ ପରିବର୍ତ୍ତନ ପସନ୍ଦ ନୁହେଁ । କାରଣ କିଛି ନୂଆ କଥାକୁ ଗ୍ରହଣ କରିବାକୁ ଏମାନଙ୍କୁ ସମୟ ଲାଗେ । ଏମାନେ ଅନ୍ୟମାନଙ୍କ ଭାବନାକୁ ବୁଝନ୍ତି । ଏମାନେ ଶୀଘ୍ର ରାଗି ଯାଆନ୍ତି । କିନ୍ତୁ ଯେତେବେଳେ ରାଗ କମିଯାଏ, ସବୁ ତିକ୍ତତାକୁ ଭୁଲି କ୍ଷମା ମାଗିନିଅନ୍ତି । ନିଜର ବ୍ୟକ୍ତିଗତ ସମସ୍ୟା ଅନ୍ୟ କାହା ସହ ଆଲୋଚନା କରିବାକୁ ଏମାନେ ପସନ୍ଦ କରନ୍ତି ନାହିଁ । କ’ଣ କରିବା ଉଚିତ ଓ କ’ଣ କରିବା ଅନୁଚିତ ତାହାର ନିଷ୍ପତ୍ତି ଏମାନେ ନିଜେ ନିଅନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ