ହାତ ଧରିଲେ ଉର୍ମିଳା

ଲୋକ ସଭା ନିର୍ବାଚନ ପୂର୍ବରୁ ନେତା, ଷ୍ଟାର ଓ ଖେଳାଳି ରାଜନୈତିକ ଦଳରେ ସାମିଲ ହେବା ପର‌୍ୟ୍ୟାୟ ଜାରି ରହିଛି। ଏହି କ୍ରମରେ ବୁଧବାର ବଲିଉଡ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର କଂଗ୍ରେସର ହାତ ଧରିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ଉର୍ମିଳା କଂଗ୍ରେସରେ ଯୋଗ ଦେଇଛନ୍ତି। ରାହୁଲ ଉର୍ମିଳାଙ୍କୁ ଫୁଲତୋଡା ଦେଇ ଶୁଭେଚ୍ଛା ଜଣାଇବା ସହ ନିଜ ଦଳକୁ ସ୍ବାଗତ କରିଛନ୍ତି। ଏହି ଅବସରରେ ମୁମ୍ବାଇ କଂଗ୍ରେସ ସମିତି ଅଧ୍ୟକ୍ଷ ମିଲିନ୍ଦ ଦେଓରା ଓ ସଞ୍ଜୟ ନିରୁପମଙ୍କ ସମେତ ବହୁ ନେତା ସାମିଲ ହୋଇଥିଲେ। ଲୋକ ସଭା ଆସନ ପାଇଁ ଉର୍ମିଳା ଉତ୍ତର ମୁମ୍ବାଇରୁ ଲଢ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ହେଲେ ଏବେ ପର‌୍ୟ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ଯଦି ଉର୍ମିଳା ଆଶାୟୀ ପ୍ରାର୍ଥୀ ହୁଅନ୍ତି ତେବେ ତାଙ୍କର ମୁକାବିଲା ଭାଜପା ଏମପି ଗୋପାଳ ସେଠୀଙ୍କ ସହ ହେବ। ଉତ୍ତର ମୁମ୍ବାଇ ଲୋକ ସଭା ସିଟ ଭାଜପାର ଗଡ଼ ବୋଲି କୁହାଯାଉଥିବା ବେଳେ ଚଳିତ ଥର କଂଗ୍ରେସ ଓ ଭାଜପା ମଧ୍ୟରେ କଡ଼ା ଟକ୍କର ହେବ ବୋଲି ଚର୍ଚ୍ଚା ହେଉଛି। ମଙ୍ଗଳବାର ସମାଜବାଦୀ ପାର୍ଟି (ଏସ୍‌ପି) ଏମ୍‌ପି ବଲିଉଡ ଅଭିନେତ୍ରୀ ଜୟପ୍ରଦା ଭାଜପାରେ ସାମିଲ ହୋଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ