ହାତ ବାନ୍ଧି ବସିଛନ୍ତି ଟେଣ୍ଟ ମାଲିକ ଓ ଶ୍ରମିକ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ ): ମହାମାରୀ କରୋନା ଭୁତାଣୁ ସଂକ୍ରମଣ ଯୋଗୁଁ ବାହାଘର, ବ୍ରତ, ଗୃହ ପ୍ରତିଷ୍ଠା, ସାମାଜିକ, ସାଂସ୍କୃତିକ କାର୍ଯ୍ୟକ୍ରମ ସମେତ ସଭା ସମିତି କରିବା ଉପରେ ପ୍ରଶାସନ କଟକଣା ଜାରୀ କରିଛି । ଫଳରେ ହିଞ୍ଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଅଂଚଳର ଟେଣ୍ଟ ହାଉସ ମାଲିକ ଓ କାର୍ଯ୍ୟରତ ଶ୍ରମିକ ମାନେ କାମ ନପାଇ ହାତ ବାନ୍ଧି ବସିଥିବା ବେଳେ ବିଭିନ୍ନ ବେସରକାରୀ ଗେଷ୍ଟ ହାଉସ୍ ଓ କଲ୍ୟାଣ ମଣ୍ଡପ ଗୁଡ଼ିକରେ ଦୀର୍ଘ ଦିନ ଧରି ତାଲା ଝୁଲୁଥିବାର ଦେଖିବାକୁ ମିଳିଛି । ଗତ ମାର୍ଚ୍ଚ ୨୨ ତାରିଖ ଠାରୁ ଲକଡ଼ାଉନ ଘୋଷଣା କରାଯିବା ପରେ ଟେଣ୍ଟ ହାଉସ ମାଲିକ ଓ କାର୍ଯ୍ୟରତ ଶ୍ରମିକ ମାନେ ରୋଜଗାର ହରାଇ ବସିଛନ୍ତି । ଲକଡ଼ାଉନ ଯୋଗୁଁ ଟେଣ୍ଟ ହାଉସ କାର୍ଯ୍ୟରେ ନିୟୋଜିତ ଥିବା କୂଶଳୀ ଓ ଅଣକୂଶଳୀ କାରିଗର ମାନେ ଜୀବିକା ହରାଇ ବସିଛନ୍ତି । ଟେଣ୍ଟ ହାଉସ ମାଲିକଙ୍କ ନିକଟରେ କାମ କରି ପରିବାର ପ୍ରତିପୋଷଣ କରୁଥିବା ଶହ ଶହ ଶ୍ରମିକ କାମଧନ୍ଦା ହରାଇ ଭୋକ ଉପାସରେ ଦିନ କାଟୁଛନ୍ତି । ଲକଡ଼ାଉନ ଯୋଗୁଁ ସ୍ଥାନୀୟ ଅଂଚଳର ବହୁ ଟେଣ୍ଟ ହାଉସ ମାଲିକମାନେ ଚଳିତ ବର୍ଷ ପ୍ରାରମ୍ଭରୁ ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହିଥିବା ଜଣାପଡ଼ିଛି । ଏଭଳି ସଙ୍କଟ ସ୍ଥିତିରୁ ମୁକୁଳି ସେମାନଙ୍କ ବ୍ୟବସାୟକୁ ଚାଲୁ ରଖିବା ନେଇ ଟେଣ୍ଟ ହାଉସ ମାଲିକ ସିମାଂଚଳ ଚୌଧୁରୀ, ବିଜୟ ବେହେରା, ଜି. ମାଧବ, ଅଶୋକ ପାଢି ପ୍ରମୁଖ କହିଛନ୍ତି । ଏ ଦିଗରେ ସରକାର ଯଦି କୌଣସି ପଦକ୍ଷେପ ଗ୍ରହଣ ନକରନ୍ତି, ତେବେ ଅଧିକାଂଶ ମାଲିକ ନିଜର ବ୍ୟବସାୟ ବନ୍ଦ କରିଦେବା ସମ୍ଭାବନାକୁ ଏଡ଼ାଇ ହେବନାହିଁ । ଏ ଦିଗରେ ସରକାର ସେମାନଙ୍କୁ ସରକାରୀ ସହାୟତା ପ୍ରଦାନ କରିବାକୁ ସ୍ଥାନୀୟ ଅଂଚଳର ବହୁ ଟେଣ୍ଟ ହାଉସ ମାଲିକ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ