ହାନଳା ଉଚ୍ଚ ପ୍ରାଥମିକବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) : ସାନଖେମୁଣ୍ଡି ବ୍ଲକ ମହାନଳା ଉଚ୍ଚପ୍ରାଥମିକ ବିଦ୍ୟଳୟ ପରିସରରେ ମଧ୍ୟରେପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା ସଭାପତି ବିନାୟକ ଦାଶଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ପୋଷାକ ବିତରଣ ଉଛବ ରେ ମୂଖ୍ୟଅତିଥି ଭାବେ ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ କାର୍ଯ୍ୟକ୍ରମ ଉଦଘାଟନ କରିବାସହ ଶିକ୍ଷାର ମହତ୍ତ୍ଵ ,ପୋଲିସ କୁ ଭୟ ନ କରି କିଭଳି ସୁସମ୍ପର୍କ ରଖିପାରିବା ଏବଂ ମୋବାଇଲ୍ ବ୍ୟବହାର ର ଦୁରୋପୋଜୋଗ ଓ ବାଳ ଅପରାଧ ସଂପର୍କ ରେ ଆଲୋକପାତ କରି ପୋଷାକ ବିତରଣ ଶୁଭାରମ୍ଭ କରିଥିଲେ । ସମ୍ମାନିତ ଅତିଥି ଭାବେ ଏ ବି ଇ ଓ ସଂଯୁକ୍ତା ପଟନାୟକ ସିମାଞ୍ଚାଳ ରଥ କ୍ଲଷ୍ଟର ସଂଯୋଜକ ଅଶୋକମଲିକ ଡେଙ୍ଗାଡ଼ି ସ୍କୁଲ ପ୍ରଧାନ ଶିକ୍ଷକ ଶରତଚନ୍ଦ୍ର ପଣ୍ଡା ପ୍ରମୁଖ ଯୋଗଦେଇଥିଲେ । ପ୍ରଥମ ରୁ ଅଷ୍ଟମ ପର୍ୟ୍ୟନ୍ତ ୨୮୫ ଜଣ ଛାତ୍ରଛାତ୍ରୀଙ୍କୁ ଦୁଇ ହଳ ପୋଷାକ ସହ ଜୋତା ବିତରଣ କରାଯାଇଥିଲା । ପ୍ରଧାନଶିକ୍ଷକ ଆକୁଳଚନ୍ଦ୍ର ଚୌଧୁରୀ ସଂଯୋଜନା କରିଥିବା ବେକେ ପୂର୍ବତନ ସ୍କୁଲ ସଭାପତି ପୂର୍ଣ୍ଣଚନ୍ଦ୍ର ପାଢ଼ୀ ଶ୍ୟାମସୁନ୍ଦର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଶିକ୍ଷକ ବାବୁଲା କୁମାର ସାହୁ, ବିଦେଶୀ ସାହୁ ,ରୌପ୍ୟ ମଜୁରୀ ସେଠୀ , ପ୍ରମୋଦ ବାଡତ୍ୟା ଟୁକୁନା ଜେନା ଶିକ୍ଷୟତ୍ରୀ ଜି କବିତା ଏ ସନ୍ଧ୍ୟାରାଣୀ ଦୋରା ଗଣେଶ ଦଳେଇ ଙ୍କ ସମେତ ସମସ୍ତ ପରିଚାଳନା କମିଟି ସଭ୍ୟ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ