ହାପି ବର୍ଥ ଡେ ରାଜକୁମାର
ଯାହାଙ୍କ ଡାଇଲଗ କହିବାର ଷ୍ଟାଇଲରେ ଲୋକମାନେ ଆଜିବି ଦିୱାନା , ସେ ହେଉଛନ୍ତି ବଲିଉଡର ସୁପରଷ୍ଟାର ରାଜ କୁମାର । ଆଜି ହେଉଛି ବଲିଉଡର ସୁପରଷ୍ଟାର ରାଜ କୁମାରଙ୍କ ଜନ୍ମଦିନ ।
ଆସନ୍ତୁ ଜାଣିବା ରାଜକୁମାରଙ୍କ ଜୀବନ ସଂପର୍କରେ କିଛି ତଥ୍ୟ –
– ଭାରତ ବିଭାଜନ ପୁର୍ବରୁ ରାଜକୁମାରଙ୍କ ପରିବାର ପାକିସ୍ତାନରେ ରହୁଥିଲେ । ସେ ବେଲୁଚିସ୍ତାନରେ ୧୯୨୬ ମସିହା ଆଜିର ଦିନରେ ଜନ୍ମ ଗ୍ରହଣ କରିଥିଲେ ।
– ରାଜକୁମାରଙ୍କୁ ପଥମେ ଫିଲ୍ମ “ସାହି ବଜାର” ପାଇଁ ଫିଲ୍ମମେକର ବଲଦେବ ଦୁବେ ଅଫର ଦେଇଥିଲେ । ସେତେବେଳେ ରାଜକୁମାର ପୋଲିସ ଚାକିରି କରୁଥିଲେ ।
– ବଲଦେବ ଦୁବେଙ୍କ ଅଫର ପାଇବା ପରେ ରାଜକୁମାର ପୋଲିସ ଚାକିରି ଛାଡିଦେଇ ଫିଲ୍ମରେ କାମ କରିବା ଆରମ୍ଭ କରିଦେଇଥିଲେ ।
– ତାଙ୍କର ଫିଲ୍ମ ସାହି ବଜାର ବକ୍ସ ଅଫିସରେ ସେତେ କିଛି ଖାସ କରିପାରିଲା ନାହିଁ । ଯାହାଫଳରେ ରାଜକୁମାରଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା ।
– ୧୯୫୭ ମସିହାରେ ରାଜକୁମାରଙ୍କୁ ଫିଲ୍ମ ମଦର ଇଣ୍ଡିଆରେ ଦେଖିବାକୁ ମିଳିଥିଲା । ସେଥିରେ ସେ ଜଣେ କୃଷକର ଅଭିନୟ କରିଥିଲେ । ଏହାପରେ ସେ ଆଉ ପଛକୁ ଫେରିନଥିଲେ ।
– ରାଜକୁମାର ବଲିଉଡକୁ ଲାଲ ପଥର, ତ୍ରୀରଙ୍ଗା, ମୁକଦର କା ଫୈସଲା, ଗୋଦାନ, ଫୁଲ ବନେ ଅଙ୍ଗାରେ , ମରତେ ଦମ ତକ, ଧର୍ମ କାଣ୍ଟା , ପଞ୍ଚାୟତ ପରି ବହୁ ବହୁ ହିଟ ଫିଲ୍ମ ଦେଇଛନ୍ତି ।
– ରାଜକୁମାର ୧୯୯୬ ମସିହାରେ ମାତ୍ର ୬୯ ବର୍ଷ ବୟସରେ ମୃତ୍ୟୁ ବରଣ କରିଥିଲେ ।