ହାପି ବାର୍ଥଡେ ରଜନୀକାନ୍ତ
ଦକ୍ଷିଣ ସିନେଜଗତର ସବୁଠାରୁ ଦାମୀ ସୁପର୍ଷ୍ଟାର୍ ହେଲେ ରଜନୀକାନ୍ତ। ବଲିଉଡ ଆରମ୍ଭ କରି ହଲିଉଡ୍ ଯାଏଁ ସବୁଠି ରଜନୀକାନ୍ତଙ୍କର ଷ୍ଟାଇଲ୍ର ବେଶ୍ ଚର୍ଚ୍ଚିତ। ପରଦା ଉପରେ ସେ ଯେତେ ପପୁଲାର୍, ପରଦା ପଛରେ ତାଙ୍କର ଶାନ୍ତ ସରଳ ସ୍ୱଭାବ ପାଇଁ ସେତିକି ପରିଚିତ। ସେ ଆଜି ୬୯ ବର୍ଷ ବୟସରେ ପାଦ ଦେଇଛନ୍ତି । ଆଜି ତାଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ଅଜଣା କଥା –
– ୧୯୫୦ ମସିହା ଆଜିର ଦିନରେ ରଜନୀକାନ୍ତ ବେଙ୍ଗାଲୁରୁରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ରିଅଲ ଲାଇଫ କିଛି ଫିଲ୍ମଠାରୁ କମ ନଥିଲା । ସେ ତାଙ୍କର ଚାରି ଭାଇ ଭଉଣୀଙ୍କ ମଧ୍ୟରୁ ସବୁଠାରୁ ସାନ ଥିଲେ ।
– ରଜନୀକାନ୍ତଙ୍କ ପ୍ରକୃତ ନାମ ହେଉଛି ଶିବାଜୀ ରାଓ ଗାଇକ୍ଓ୍ୱାର୍ଡ। ରଜନୀକାନ୍ତ ପିଲାଟି ଦିନୁ କାନାଡ଼ା ଆଉ ମରାଠୀ ଭାଷାରେ କହି ଶିଖିଥିଲେ।
– ତାଙ୍କ ମାଙ୍କ ମୃତ୍ୟୁପରେ ତାଙ୍କ ଘରର ହାଲାତ ଏପରି ହୋଇଥିଲା ଯେ, ତାଙ୍କୁ ପରିବାରର ପ୍ରତିପୋଷଣ କରିବା ପାଇଁ ତାଙ୍କୁ କୁଲି, କାର୍ପେଣ୍ଟର୍ ଆଉ ବସ୍ କଣ୍ଡକ୍ଟର୍ ଭାବରେ କାମ କରିବାକୁ ପଡିଥିଲା ।
-ମାଦ୍ରାସ୍ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଡିପ୍ଲୋମା କୋର୍ସ କରିଥିବା ରଜନୀକାନ୍ତ ପାଠ୍ୟକ୍ରମ ବେଳେ ତାମିଲ୍ ଶିକ୍ଷା ବି କରିଥିଲେ।
– କ୍ୟାରିୟର ଆରମ୍ଭର ପ୍ରଥମ ଦୁଇ ବର୍ଷ ରଜନୀକାନ୍ତ କେବଳ ନେଗେଟିଭ୍ ରୋଲ୍ ପାଇଥିଲେ। ୧୯୭୭ରେ ଫିଲ୍ମ ‘ଭୁବନ ଓରୁ କିଲ୍ଭିକୁରୀ’ରେ ତାଙ୍କୁ ପୋଜେଟିଭ୍ ରୋଲ ମିଳିଥିଲା।
– ଜ୍ୟାକି ଚାନ୍ ପରେ ଏସିଆର ଦ୍ୱିତୀୟ ସର୍ବାଧିକ ପାରିଶ୍ରମିକ ନେଉଥିବା ସୁପର୍ଷ୍ଟାର୍ ହେଉଛନ୍ତି ଅଭିନେତା ରଜନୀକାନ୍ତ। ସେ ୨୦୦୭ ମସିହାର ବ୍ଲକ୍ବଷ୍ଟର୍ ଫିଲ୍ମ ‘ଶିବାଜୀ’ ପାଇଁ ରଜନୀକାନ୍ତ ୨୬ କୋଟି ଟଙ୍କା ପାରିଶ୍ରମିକ ନେଇଥିଲେ।
– ପଦ୍ମ ଭୂଷଣ ଏବଂ ପଦ୍ମ ବିଭୂଷଣ ବିଜେତା ହୋଇ ମଧ୍ୟ ରଜନୀକାନ୍ତ ତାଙ୍କ ଫ୍ୟାନ୍ମାନଙ୍କ ସହିତ ସାଧାରଣ ବ୍ୟକ୍ତିଙ୍କ ଭଳି ହିଁ ମିଶନ୍ତି।
– ରଜନୀକାନ୍ତଙ୍କ ପତ୍ନୀଙ୍କ ନାମ ହେଲା ଲତା ରଙ୍ଗାଚାରୀ। ଲତା ରଜନୀକାନ୍ତଙ୍କଠାରୁ ବୟସରେ ୮ ବର୍ଷ ସାନ। ନିଜ କଲେଜ୍ ପତ୍ରିକା ପାଇଁ ରଜନୀକାନ୍ତଙ୍କ ପାଖକୁ ପ୍ରଥମ ଥର ସାକ୍ଷାତକାର କରିବାକୁ ଆସିଥିଲେ ଲତା। ପ୍ରଥମ ଦେଖାରେ ହିଁ ରଜନୀ ଲତାଙ୍କ ପ୍ରତି ଆକୃଷ୍ଟ ହୋଇଥିଲେ।
– ଏହାପରେ ୧୯୮୧ ମସିହାରେ ଦୁହେଁ ବିବାହ କରିଥିଲେ। ଚେନ୍ନାଇରେ ‘ଦ ଆଶ୍ରମ୍’ ନାମରେ ଲତା ନିଜର ଗୋଟିଏ ସ୍କୁଲ ଚଳାଉଛନ୍ତି। ଐଶ୍ୱର୍ଯ୍ୟା -ସୈନ୍ଦର୍ଯ୍ୟା ରଜନୀକାନ୍ତଙ୍କର ଦୁଇ ଝିଅ।
– ଦିଓ୍ୱାର, ଡନ୍, ଅମର୍ ଆକବର୍ ଆନ୍ଥୋନୀ, ଲାଓ୍ୱାରିସ୍ ଭଳି ଅମିତାଭ ବଚ୍ଚନଙ୍କର ୧୧ଟି ହିନ୍ଦୀ ଫିଲ୍ମର ରିମେକ୍ରେ ରଜନୀକାନ୍ତ ଅଭିନୟ କରିଛନ୍ତି।