ହାପି ବାର୍ଥ ଡେ ଅଙ୍କିତା
( ଯୁଗାବ୍ଦ ନ୍ୟୁଜ) : ଜି ଟିଭିର ଡ୍ରାମା ସୋ ପବିତ୍ର ରିସ୍ତାରୁ ନିଜର କ୍ୟାରିଅର ଆରମ୍ଭ କରି ଏବେ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିବା ଥିବା ଅଙ୍କିତା ଲାଖଣ୍ଡେ ଙ୍କର ଆଜି ଜନ୍ମଦିନ । ଅଙ୍କିତା ଶୁସାନ୍ତ ସିଂ ରାଜପୁତଙ୍କ ସହ ୬ ବର୍ଷ ରିଲେସନସିପରେ ରହିବାପରେ ଅଚାନକ ଦୁଇଜଣଙ୍କ ମଧ୍ୟରେ ବ୍ରେକ ଅପ ହୋଇଯାଇଥିଲା । ସୁଶାନ୍ତ ସିଂ ରାଜପୁତ ଓ ଅଙ୍କିତାଙ୍କୁ ଦର୍ଶକ ଅନେକ ଶୋରେ ସାଥିରେ ଦେଖିଛନ୍ତି । ଝଲକ ଦିଖଲାଜା ସିଜନ -୪ ରେ ଭାଗ ନେଇ କପଲ ହୋଇ ପହଞ୍ଚିଥିଲେ । ଅଙ୍କିତା ଫିଲ୍ମ ମଣିକର୍ଣ୍ଣିକା ଦ କୁଇନ ଫିଲ୍ମରେ ନଜର ଆସିଥିବାବେଳେ ବର୍ତ୍ତମାନ ବାଗି -୩ ର ସୁଟିଂରେ ବ୍ୟସ୍ତ ଅଛନ୍ତି ।


