ହାପି ବାର୍ଥ ଡେ ଗୋବିନ୍ଦା
୯୦ ଦଶକର ସୁପରଷ୍ଟାର ଗୋବିନ୍ଦା ଆଜି ୫୫ ବର୍ଷ ବୟସରେ ପାଦ ଥାପିଛନ୍ତି । ସେ ୧୯୬୩ ମସିହା ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ । ଆଜି ତାଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ତାଙ୍କ ସମ୍ପର୍କରେ ଆସନ୍ତୁ ଜାଣିବା କିଛି ଅଜଣା କଥା –
– ଗୋବିନ୍ଦା ନିଜର ଷ୍ଟାଇଲ ,ଡ୍ୟାନ୍ସ , ଗୀତ ପାଇଁ ଦର୍ଶକଙ୍କ ମନରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଗୋବିନ୍ଦଙ୍କ ପ୍ରକୃତ ନାମ ଗୋବିନ୍ଦା ଅରୁଣ ଆହୁଜା ଅଟେ ।
– ଗୋବିନ୍ଦା ୧୯୮୬ରେ ଲଭ୍-୮୬ ଫିଲ୍ମ ଜରିଆରେ ବଲିଉଡ୍ରେ ଡେବ୍ୟୁ କରିଥିଲେ।
– ଏହି ଫିଲ୍ମରେ ଅଭିନୟ ସମୟରେ ଗୋବିନ୍ଦା ଏବଂ ନୀଲମ୍ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ଦୁହେଁ ବିବାହ କରିବାକୁ ଯୋଜନା କରିଥିଲେ।
– ତେବେ ଗୋବିନ୍ଦାଙ୍କ ମା ଏଥିରେ ରାଜି ହୋଇ ନ ଥିଲେ। ମାଙ୍କ ଜିଦ୍ ଯୋଗୁ ବାଧ୍ୟ ହୋଇ ଗୋବିନ୍ଦା ୧୯୮୭ ମାର୍ଚ୍ଚରେ ସୁନୀତାଙ୍କୁ ବିବାହ କରିଥିଲେ।
– ଗୋବିନ୍ଦାଙ୍କ ଡ୍ୟାନ୍ସ ହେଉ କିମ୍ବା ଡାଇଲଗ୍ ଏହିସବୁକୁ ଫଲ୍ଲୋ କରିବା ପାଇଁ ଲୋକମାନେ ଚେଷ୍ଟା କରୁଥିଲେ। ସୂଚନା ଅନୁଯାୟୀ ଭିସିଆରରେ ସ୍ୱର୍ଗ ଫିଲ୍ମ ଲାଗିବା ମାତ୍ରେ ହିଁ ପୁରା ଗାଁ କାନ୍ଧୁଥିଲା।
– ଗୋବିନ୍ଦା ପୂର୍ବରୁ ବଲିଉଡ କଳାକାର ଥିଲେ। ଡାଇଲଗ୍ ସହ ଗୋବିନ୍ଦାଙ୍କ ପ୍ରାକୃତିକତା ତାଙ୍କୁ ଅନ୍ୟ ସମସ୍ତ କଳାକାରମାନଙ୍କ ଠାରୁ ସ୍ୱତନ୍ତ୍ର କରିଥାଏ।
– ସେହିସମୟରେ କାଦର ଖାନ ନିଜର ବୁଲଂଦ ଆବାଜରେ ଚିତ୍କାର କରୁଥିବା ବେଳେ ଅନ୍ୟପଟେ ଗୋବିନ୍ଦା ଜିବ୍ରିଶ୍ କହି ମଇଦାନରେ ଲୋକପ୍ରିୟତା ହାସଲ କରିପାରୁଥିଲେ। ଗୋବିନ୍ଦାଙ୍କର କମିଂ ଟାଇମିଂ ଖୁବ୍ ଜବରଦନ୍ତ ଥିଲା ଏପରି କି ଶକ୍ତି କପୁରଙ୍କ ଭଳି ବିଖ୍ୟାତ ଅଭିନେତା ମଧ୍ୟ ତାଙ୍କ ସାମ୍ନାରେ ହାଲୁକା ପଡିଯାଉଥିଲେ।
– ଗୋବିନ୍ଦାଙ୍କର ଏନର୍ଜି ଲେବଲ ବାକି କଳାକାରମାନଙ୍କ ଠାରୁ ଅଧିକ ରହିଥାଏ। ଏହିକାରଣରୁ ସଲମାନ ଖାନ୍ଙ୍କ ଭଳି ଲୋକପ୍ରିୟ ଆକ୍ଟର ଯଦି ସାର୍ଟ ଖୋଲି ଚାଲୁଥିବେ ଏବଂ ଗୋବିନ୍ଦା ସାର୍ଟ ପିନ୍ଧି ଯାଉଥିବା ବେଳେ ଆପଣ ଗୋବିନ୍ଦାଙ୍କୁ ହିଁ ଲକ୍ଷ୍ୟ କରିବେ। କାରଣ ଗୋବିନ୍ଦା କିଛି ନକରି ମଧ୍ୟ ସବୁକିଛି କରିପାରନ୍ତି।


