ହାପି ବାର୍ଥ ଡେ ତୈମୁର
ବଲିଉଡର ସବୁଠାରୁ ଚର୍ଚ୍ଚିତ ଷ୍ଟାର କିଡ ଭାବରେ ପରିଚିତ ଛୋଟେ ନବାବ ତୈମୁର ଅଲ୍ଲୀ ଖାନଙ୍କର ଆଜି ଜନ୍ମଦିନ । ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନ ଓ ଅଭିନେତ୍ରୀ କରିନା କପୁରଖାନଙ୍କର ପୁଅ ତୈମୁର କିଛି ସେଲିବ୍ରେଟିଠାରୁ କମ ନୁହେଁ । ତୈମୁରଙ୍କ ଲୋକପ୍ରିୟତା ପଛରେ ତାଙ୍କର କ୍ୟୁଟ ଫୋଟୋ ରହିଛି , ଯାହାକି ତାଙ୍କୁ ୩ ବର୍ଷ ମଧ୍ୟରେ ଷ୍ଟାର ବନେଇଦେଇଛି । ଆଜି ତୈମୁରଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ତାଙ୍କ ସଂପର୍କରେ କିଛି ଅଜଣା କଥା –

– ତୈମୁର ପ୍ଲେ ସ୍କୁଲ ଯିବା ଆରମ୍ଭ କରି ଦେଇଛନ୍ତି । ଏହା ସହ କ୍ୟାମେରା ସାମ୍ନାରେ ଭଲ ପୋଜ ଦେଇପାରନ୍ତି ।
– ସେଫ ଅଲ୍ଲୀ ଖାନ ଓ କରିନା କପୁରଙ୍କର ଛୋଟ ରାଜକୁମାର ଓ ସୋସିଆଲ ମିଡ଼ିଆର ସେନ୍ସେସନ ତୈମୁର ଅଲ୍ଲୀ ଖାନଙ୍କର ଆଜି ତୃତୀୟ ଜନ୍ମଦିନ। ଜନ୍ମଦିନ ଅବସରରେ ତୈମୁରଙ୍କ ବାପା ମା ଏକ ଖାସ ପାର୍ଟିର ଆୟୋଜନ କରିଥିଲେ। ଯେଉଁଥିରେ ସାରା ପରିବାର ସହିତ ବଲିଉଡର ଅନ୍ୟ ଷ୍ଟାରକିଡ଼ ମାନେ ମଧ୍ୟ ଯୋଗ ଦେଇଥିଲେ ।
– ଯେଉଁଥିରେ ସାରା ପରିବାର ସହିତ ବଲିଉଡର ଅନ୍ୟ ଷ୍ଟାରକିଡ଼ ମାନେ ମଧ୍ୟ ଯୋଗ ଦେଇଥିଲେ। ସବୁଆଡୁ ତୈମୁରଙ୍କ ଜନ୍ମଦିନରେ ଶୁଭେଚ୍ଛାର ସୁଅ ଛୁଟୁଛି। ତେବେ ଏହା ମଧ୍ୟରେ ତୈମୁରଙ୍କ ପାଇଁ ସାରା ଅଲ୍ଲୀ ଖାନଙ୍କର ଏକ ପୋଷ୍ଟ ଲୋକମାନଙ୍କୁ ବହୁତ ପସନ୍ଦ ଆସୁଛି ।

– ତୈମୁରଙ୍କ ତୃତୀୟ ଜନ୍ମବାର୍ଷିକୀରେ ସାରା ତୈମୁରଙ୍କ ସହିତ ନିଜର କିଛି ଫଟୋ ସେୟାର କରିଛନ୍ତି ଯାହା ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ତୈମୁର ଅଲ୍ଲୀ ଖାନଙ୍କ ଜନ୍ମଦିନରେ ସାରା ଅଲ୍ଲୀ ଖାନ ନିଜର ଛୋଟଭାଇ ସହିତ କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ ।
– ଏହି ଫଟୋରେ ସାରା ତୈମୁରଙ୍କ ସହିତ ଖୁବ ମସ୍ତି କରୁଥିବାର ଦେଖିବାକୁ ମିଳିଛି । କେତେବେଳେ ତାଙ୍କୁ ଖୁଆଇ ଦେଉଛନ୍ତି ତ କେତେବେଳେ ତାଙ୍କ ସହ ଖେଳୁଥିବାର ଦେଖିବାକୁ ମିଳିଛି । ଫଟୋରେ ସାରା ଅଲ୍ଲୀ ଖାନ ଓ ତୈମୁର ଅଲ୍ଲୀ ଖାନଙ୍କର ବଣ୍ଡିଙ୍ଗ ବହୁତ ଭଲ ଲାଗୁଛି ।

– ନିଜ ଭାଇକୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ସାରା ଲେଖିଛନ୍ତି “ଜନ୍ମଦିନର ବହୁତ ବହୁତ ଶୁଭେଚ୍ଛା ଛୋଟେ ଟିମ ଟିମ” । ଫଟୋରେ ତୈମୁର ଓ ସାରା ବହୁତ ସୁନ୍ଦର ଦେଖାଯାଉଛନ୍ତି ଯାହା ଉପରେ ଲୋକମାନେ ଭଳିକିଭଳି କମେଣ୍ଟ ଦେଉଥିବା ଦେଖିବାକୁ ମିଳୁଛି। ସୂଚନା ଅନୁଯାୟୀ ତୈମୁରଙ୍କ ବର୍ଥ ଡେ ପାର୍ଟିରେ କରିନା କପୁର ଓ ସେଫ ଅଲ୍ଲୀ ଖାନଙ୍କ ସହିତ କରିସ୍ମା କପୁର, ସୋହା ଅଲ୍ଲୀ ଖାନ, କରଣ ଜୋହର, ୟସ ଜୋହରଙ୍କ ସହିତ ବଲିଉଡର ଅନେକ ନାମୀ ଦାମୀ ଲୋକ ଉପସ୍ଥିତ ଥିଲେ । ନିଜ ଜନ୍ମଦିନ ଅବସରରେ ତୈମୁର ଏକ ବ୍ଲାକ ଟିସାର୍ଟ ଓ ହ୍ୱାଇଟ ଟ୍ରାଉଜରରେ ନଜର ଆସିଥିଲେ ।


