ହାପି ବାର୍ଥ ଡେ ମିଷ୍ଟର ଇଣ୍ଡିଆ

ନିଜ ଫିଟନେସ ଦ୍ବାରା  ବଲିଉଡ ଠାରୁ ଆରମ୍ଭ  କରି ଦର୍ଶକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ  ଆକର୍ଷିତ କରିଥିବା  ୮୦ ଦଶକର ଅଭିନେତା ଅନୀଲ କପୁରଙ୍କ ଆଜି ୬୩ତମ ଜନ୍ମଦିନ  । ୧୯୫୯ ମସିହା ଆଜିର ଦିନରେ ମହାରାଷ୍ଟ୍ରର ଚେମ୍ବୁର ଠାରେ ଜନ୍ମଗ୍ରହଣ କରିଥିଲେ  । ତେବେ ଆଜି ତାଙ୍କ ଜନ୍ମ ଦିନ ଅବସରରେ ଆସନ୍ତୁ ଜାଣିବା କିଛି ଅଜଣା କଥା –

– ପ୍ରସିଦ୍ଧ ଫିଲ୍ମ ଅଭିନେତା ସୁରେନ୍ଦ୍ର କପୁଙ୍କ ତିନିପୁଅ ମଧ୍ୟରେ ଅନୀଲ କପୁର ମଝିଆ ପୁଅ ଅଟନ୍ତି  । ଅନୀଲଙ୍କ  ବଡ ଭାଇ  ବୋନୀ କପୁର  ଫିଲ୍ମ ଦୁନିଆର ଜଣାଶୁଣା ନାମ ହୋଇଥିବାବେଳେ ସାନ ଭାଇ  ସଞ୍ଜୟ କପୁର ମଧ୍ୟ ଜଣେ ଅଭିନେତା ଅଟନ୍ତି  ।

-ଫିଲ୍ମ ନିର୍ମାତା ନିର୍ଦ୍ଦେଶକ ଉମେଶ ମେହେରାଙ୍କ ଫିଲ୍ମ ହମାରେ ତୁହ୍ମାରେ ରୁ ବଲିଉଡରେ ପାର୍ଶ୍ବ ଅଭିନେତା ଭାବେ  ଡେବ୍ଲ୍ୟ କରିଥିଲେ ଅନୀଲ କପୁର  ।

-ଅନୀଲ କପୁର ୧୦୦ରୁ ଉର୍ଦ୍ଧ  ଫିଲ୍ମରେ ଅଭିନୟ କରିଛନ୍ତି  ।  ତାଙ୍କ ଅଭିନୀତ ଫିଲ୍ମ ମଧ୍ୟରେ ବେଟା , ଲାଡଲା , ତେଜାବ , ରାମ ଲଖନ , ମିଷ୍ଟର ଇଣ୍ଡିଆ, ଜୁଦାଇ , ଲମହେ  ଆଦି ବକ୍ସ ଅଫିସରେ ହିଟ ହୋଇଥିଲା  ।

– ଅନୀଲ କପୁର ତାଙ୍କର ସୁଦୀର୍ଘ କ୍ୟାରିଅର୍‌ ଭିତରେ ସର୍ବାଧିକ  ସିନେମାରେ ଅଭିନୟ କରିଛନ୍ତି, ଯେଉଁଥିରେ ଶ୍ରୀଦେବୀ  ଓ  ମାଧୁରୀ ନାୟିକା ଭୂମିକାରେ ଅଭିନୟ କରିଛନ୍ତି  ।

– ଅନୀଲ କପୁର ନିଜ କ୍ୟାରିଅର ଆରମ୍ଭ ସମୟରେ ହିଁ  ମଡେଲର ସୁନୀତାଙ୍କୁ ବିବାହ କରିଥିଲେ  । ତାଙ୍କ ତିନୋଟି ସନ୍ତାନ – ସୋନମ କପୁର , ରିୟା କପୁର ଓ ହର୍ଷବର୍ଦ୍ଧନ କପୁର  । ସୋନମ କପୁର ଜଣେ ପ୍ରତିଷ୍ଠିତ ଅଭିନେତ୍ରୀ ହୋଇଥିବାବେଳେ ହର୍ଷବର୍ଦ୍ଧନ କପୁର ବଲିଉଡରେ ଏଣ୍ଟ୍ରି କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି  ।

– ଅନୀଲଙ୍କ ଫିଲ୍ମ କ୍ୟାରିୟର ପରି ତାଙ୍କର ବ୍ୟକ୍ତିଗତ ଜୀବନ ମଧ୍ୟ ରୋଚକ। ବିଗତ ଦିନରେ ଅନୀଲ ବଲିଉଡ୍‌ ଅଭିନେତ୍ରୀ କିମି କାଟକରଙ୍କ ପ୍ରେମରେ ପାଗଳ ଥିଲେ ବୋଲି ପ୍ରଶଂସକ କହିଥାନ୍ତି। କିମିଙ୍କ ସହିତ ଫିଲ୍ମ କରିବା ପାଇଁ ବିଭିନ୍ନ ପ୍ରଯୋଜକଙ୍କ ସହିତ ଅନୀଲ କଥାବାର୍ତ୍ତା ମଧ୍ୟ କରୁଥିଲେ। କିମି-ଅନୀଲଙ୍କ ପ୍ରେମ କାହାଣୀ ନେଇ ଇଣ୍ଡଷ୍ଟ୍ରୀରେ ଚର୍ଚ୍ଚା ବଢ଼ିବାରେ ଲାଗିଲା।

– ଏହାକୁ ଅନୀଲଙ୍କ ସ୍ତ୍ରୀ ସୁନିତା କପୁର ପ୍ରଥମେ ଗୁଜବ ବୋଲି ଭାବୁଥିଲେ। ତେବେ ଦିନେ ସେ ଶୁଟିଂ ସେଟ୍‌ରେ ପହଞ୍ଚି କିମି-ଅନୀଲଙ୍କୁ ଅନ୍ତରଙ୍ଗ ଭାବେ ଗୋଟିଏ ରୁମ୍‌ରେ ବସିଥିବା ଦେଖିଥିଲେ। ସୁନିତା ଶୁଟିଂ ସେଟ୍‌ରେ ଭଙ୍ଗାରୁଜା ଆରମ୍ଭ କରିଥିଲେ ।

-ଶେଷରେ ଦାମ୍ପତ୍ୟ ଜୀବନରେ ଉଠିଥିବା ଝଡ଼ର ସମାଧାନ ପାଇଁ ଅନୀଲ କିମିଙ୍କ ସହିତ ଆଉ ଫିଲ୍ମ କରି ନ ଥିଲେ।  ଅନିଲ ନିଜକୁ ଫିଟ୍‌ ରଖିବା ପାଇଁ ବହୁତ କିଛି କରନ୍ତି। ସେ ସପ୍ତାହକୁ ୬ ଦିନ ବ୍ୟାୟାମ କରନ୍ତି। ପ୍ରତିଦିନ ସେ ଜିମ୍‌ରେ ଦୁଇ ଘଣ୍ଟା ଏକ୍ସରସାଇଜ୍‌ କରନ୍ତି।

ବ୍ୟାୟାମ କରିବା ସହ ଅନିଲ ନିଜ ଲାଇଫ୍‌ଷ୍ଟାଇଲ୍ ଏବଂ ଖାଦ୍ୟପେୟ ଉପରେ ଧ୍ୟାନ ଦେଇଥା’ନ୍ତି।  ଏକ ଇଂରାଜୀ ପତ୍ରିକାରେ ଅନିଲ କହିଥିଲେ ଯେ, ସେ ଦକ୍ଷିଣଭାରତୀୟ ଖାଦ୍ୟ ଖାଇବାକୁ ବେଶ୍‌ ପସନ୍ଦ କରନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଜୀବନରେ ପ୍ରତିଟି ମୁହୂର୍ତ୍ତକୁ ମଜେଦାର କର ଓ ଖୁସିରେ ରୁହ। ପ୍ରତିଦିନ ଜଳଖିଆରେ ଅନିଲ କପୁର ଓଟ୍ସ, ଅଣ୍ଡା, ଅମ୍‌ଲେଟ୍‌ ଏବଂ ଫଳ ଖାଇବାକୁ ପସନ୍ଦ କରନ୍ତି। ସେ ପ୍ରତିଦିନ ସାଇକେଲ ଚଲାଇବାକୁ ପସନ୍ଦ କରନ୍ତି।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ